wdw Photograph: (kANAK NEWS)
କନକ ବ୍ୟୁରୋ: ଯାଜପୁର ଧର୍ମଶାଳା ଡଙ୍କାରୀରେ ତୈଳ ସଂରକ୍ଷଣ କେନ୍ଦ୍ର ହେବ। ଏନେଇ କ୍ୟାବିନେଟ ମଂଜୁରୀ ପରେ ଖୁସି ଜାହିର କରିଛନ୍ତି ସ୍ଥାନୀୟ ବାସିନ୍ଦା। ୬ ଶହ ଏକର ସରକାରୀ ଓ ଘରୋଇ ଜମି ଉପରେ ପ୍ରତିଷ୍ଠା ହେବ ତୈଳ ସଂରକ୍ଷଣ କେନ୍ଦ୍ର। ଆଉ ନିଯୁକ୍ତି ପାଇଁ ପ୍ରାୟ ୫ହଜାର ଲୋକ।
ଧର୍ମଶାଳା ଡଙ୍କାରୀରେ ତୈଳ ସଂରକ୍ଷଣ କେନ୍ଦ୍ର ପ୍ରତିଷ୍ଠା ଲାଗି ୨୦୧୬ରେ ଘୋଷଣା କରିଥିଲେ ତତ୍କାଳୀନ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେତେବେଳେ କର୍ଣ୍ଣଟକର ପାଦୁର, ମାଙ୍ଗାଲୋରରେ ତୈଳ ସଂରକ୍ଷଣ କେନ୍ଦ୍ରର କାର୍ଯ୍ୟ ଯୋରସୋରରେ ଚାଲିଲା। କିନ୍ତୁ ଓଡ଼ିଶା ପ୍ରକଳ୍ପ ଫାଇଲରେ ଧୂଳି ଜମି ଯାଇଥିଲା। ୨୦୧୬ରୁ ୨୪ ଯାଏଁ କୋମାରେ ଥିବା ପ୍ରସ୍ତାବିତ ପ୍ରକଳ୍ପ ଏବେ ଆଗକୁ ବଢୁଛି। ଧର୍ମଶାଳା ମହୋତ୍ସବରେ ତୈଳ ସଂରକ୍ଷଣ କେନ୍ଦ୍ର ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଏବଂ ଗତ ୬ ତାରିଖରେ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ ମୋହର ମାରିବା ପରେ ଖୁସି ଜାହିର କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ।
ଡଙ୍କାରୀ ତୈଳ ସଂରକ୍ଷଣ କେନ୍ଦ୍ର ପାଇଁ ପ୍ରଥମେ ୪ହଜାର କୋଟିର ବ୍ୟୟ ବରାଦ ହୋଇଥିଲା। ଏବେ ବ୍ୟୟ ଅଟ୍ଟକଳ ୧୮ ହଜାର କୋଟିକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ତୈଳ ସଂରକ୍ଷଣ କେନ୍ଦ୍ର ପ୍ରତିଷ୍ଠା ହେଲେ ଯାଜପୁର ଜିଲ୍ଲା ଶିଳ୍ପ କ୍ଷେତ୍ରରେ ଆଉ ଏକ ଅଧ୍ୟାୟ ଯୋଡି ହେବ। ପ୍ରାୟ ୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପ୍ରକଳ୍ପ ପାଇଁ ସରକାରଙ୍କ ପାଖରେ ୪ଶହ ଏକର ଜମି ଅଛି। ଆଉ ୨ ଶହ ଏକର ଘରୋଇ ଜମି ଅଧିଗ୍ରହଣ କରାଯିବ। କ୍ୟାବିନେଟ ମୋହର ବାଜିବା ପରେ ଜମି ଅଧିଗ୍ରହଣ ପାଇଁ ରାଜସ୍ୱ ବିଭାଗ ତାଲିକା ପ୍ରସ୍ତୁତ କରୁଥିବା ଜଣାପଡିଛି।
Follow Us