କନକ ବ୍ୟୁରୋ : ଛତିଶଗଡ଼ ମାଓ ଏନକାଉଣ୍ଟରରେ ମୃତ ୧୬ ମାଓବାଦୀଙ୍କ ଭିତରେ ରହିଛି ଜଣେ ଓଡ଼ିଆ। ଡିଭିସିଏମ୍ ସଦସ୍ୟ ଭାବେ ସକ୍ରିୟ ଥିବା ଓଡିଆ ଯୁବକର ପରିଚୟ ମିଳିଛି। ଆଲୋକ ଓରଫ ମୁନ୍ନା। ଆଲୋକର ଘର କଟକ ନିଆଳି ଥାନା କୁଳଶ୍ରୀ ଅଞ୍ଚଳର। ବେଶ କିଛିଦିନ ଧରି ମାଓ ଗୋଷ୍ଠୀରେ ସକ୍ରିୟ ରହିଥିଲା। ଆଲୋକ ଓରଫ ମୁନା ଓରଫ ବାଉରୀବନ୍ଧୁ ସେଠୀ। ଗାଁ ଲୋକେ ବାଉରୀବନ୍ଧୁ ଭାବେ ଜାଣନ୍ତି ।
୨୦ ବର୍ଷରୁ ଅଧିକ ବର୍ଷ ହେବ ଗାଁ ଛାଡି ଚାଲିଯାଇଥିଲେ। ୨୦୦୫ ରୁ ବାଉରୀବନ୍ଧୁଙ୍କୁ କେହି ଦେଖିନାହାନ୍ତି । ୨୦୦୫ରେ କୂଳଶ୍ରୀ ଗାଁରେ ହୋଇଥିଲା ଜନ ଗର୍ଜନ ସମାବେଶ । ସେବେଠାରୁ ଗାଁ ଛାଡି ପଳାଇଥିଲେ ବାଉରୀବନ୍ଧୁ । ୩ ଦିନ ତଳେ ମାଓ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟରେ ତାର ମୃତ୍ୟୁ ହୋଇଛି ।
ସେହିଭଳି ଓଡ଼ିଶା ଷ୍ଟେଟ କମିଟିର ୨ ସଦସ୍ୟଙ୍କର ମୃତ୍ୟୁ ହୋଇଛି। ଓଡ଼ିଶା ଷ୍ଟେଟ କମିଟିର ସଦସ୍ୟ ଗୁଡ୍ଡୁ ଓ ସତ୍ୟମ ଗାୱଡେ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି । ଏହି ଏନକାଉଣ୍ଟରରେ କେନ୍ଦ୍ରୀୟ କମିଟି ସଦସ୍ୟ ଚଲପତିଙ୍କ ମୃତ୍ୟୁ ହୋଇଛି। ଯାହା ଏସଓଜି ଯବାନଙ୍କ ପାଇଁ ସବୁଠୁ ବଡ ସଫଳତା। ଏହି ଅପରେସନରେ ଓଡିଶା ପୁଲିସ ବି ସାମିଲ ହୋଇଥିଲା ।