ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ହେଉଛି ଏମଓୟୁ, ହେଲେ ମୁହଁ ଫେରାଇ ଚାଲିଯାଉଛନ୍ତି କମ୍ପାନୀ, ୧୫ ବର୍ଷରେ ଫେରିଲେଣି ୪୫ କମ୍ପାନୀ

ଅନ୍ୟପଟେ ଏହି ବୃହତ୍ ଶିଳ୍ପ ଓଡ଼ିଶାରୁ ପଳାଇବା ଦ୍ବାରା ରାଜ୍ୟ କେତେ କ୍ଷତି ସହିଲା ନଜର ପକାନ୍ତୁ। ଏହି ୪୫ଟି ଯାକ ଶିଳ୍ପ ଗଢ଼ିଥିଲେ ଓଡ଼ିଶାରେ ୨ଲକ୍ଷ ୨୯ ହଜାର ୬୨୨ କୋଟି ଟଙ୍କା ପୁଞ୍ଜି ନିବେଶ ହୋଇଥାନ୍ତା। ଏହାଦ୍ବାରା ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବେ ୭୨ହଜାର ୧୫୦ ନିଯୁକ୍ତି ସୃଷ୍ଟି ହୋଇଥାନ୍ତା। କଟକରେ ୭, ଅନୁଗୁଳରେ ୫, ସୁନ୍ଦରଗଡ଼ରେ ୫, ଯାଜପୁରରେ ୪, ଖୋର୍ଦ୍ଧାରେ ୪ ସହ ଢେଙ୍କାନାଳ, ଭଦ୍ରକରେ ୩ଟି ଲେଖାଏଁ ବଡ଼ କମ୍ପାନି ଖୋଲିଥାନ୍ତା। ଏମିତିକି ଉପାନ୍ତ ମାଲକାନଗିରିରେ ୩ଟି ନାମକରା ସିମେଣ୍ଟ କମ୍ପାନି ଖୋଲିବା ବଦଳରେ ଚୁକ୍ତିରୁ ଓହରିଗଲେ। 

afsdfasfad

faadssdafa Photograph: (afsdfasdfsaf)

କନକ ବ୍ୟୁରୋ : ଓଡ଼ିଶାକୁ ଆସିବାକୁ ରାଜି ହେଲେ। କମ୍ପାନି ଖୋଲିବାକୁ ଚୁକ୍ତି କଲେ। ହେଲେ, ବିଭିନ୍ନ କାରଣରୁ ଗଲା ୨୦୦୫ରୁ ୨୦୨୦ ମସିହା ଭିତରେ ଏମିତି ୪୫ଟି ବଡ଼ କମ୍ପାନି ଆରମ୍ଭ ହେବା ଆଗରୁ ଓହରିଛନ୍ତି। ପୋସ୍କୋ, ଆର୍ସେଲର ମିତଲ୍‌, ଷ୍ଟରଲାଇଟ୍‌ ଆଇରନ୍‌ ଆଣ୍ଡ ଷ୍ଟିଲ୍‌, ବିଜିଆର ଏନର୍ଜି ସିଷ୍ଟମ୍‌, ଭିଶାକା ଥର୍ମାଲ୍‌ ପାୱାର ଲିମିଟେଡ୍‌ ଭଳି ବଡ଼ ବଡ଼ କମ୍ପାନି ଓଡ଼ିଶାରେ ଖାତା ଖୋଲି ପାରିଲେନି। ବିଧାନସଭାରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଏହି ତଥ୍ୟ ରଖିବା ପରେ ମୁହାଁମୁହିଁ ହୋଇଛନ୍ତି ଶାସକ-ବିରୋଧୀ। 

ଅନ୍ୟପଟେ ଏହି ବୃହତ୍ ଶିଳ୍ପ ଓଡ଼ିଶାରୁ ପଳାଇବା ଦ୍ବାରା ରାଜ୍ୟ କେତେ କ୍ଷତି ସହିଲା ନଜର ପକାନ୍ତୁ। ଏହି ୪୫ଟି ଯାକ ଶିଳ୍ପ ଗଢ଼ିଥିଲେ ଓଡ଼ିଶାରେ ୨ଲକ୍ଷ ୨୯ ହଜାର ୬୨୨ କୋଟି ଟଙ୍କା ପୁଞ୍ଜି ନିବେଶ ହୋଇଥାନ୍ତା। ଏହାଦ୍ବାରା ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବେ ୭୨ହଜାର ୧୫୦ ନିଯୁକ୍ତି ସୃଷ୍ଟି ହୋଇଥାନ୍ତା। କଟକରେ ୭, ଅନୁଗୁଳରେ ୫, ସୁନ୍ଦରଗଡ଼ରେ ୫, ଯାଜପୁରରେ ୪, ଖୋର୍ଦ୍ଧାରେ ୪ ସହ ଢେଙ୍କାନାଳ, ଭଦ୍ରକରେ ୩ଟି ଲେଖାଏଁ ବଡ଼ କମ୍ପାନି ଖୋଲିଥାନ୍ତା। ଏମିତିକି ଉପାନ୍ତ ମାଲକାନଗିରିରେ ୩ଟି ନାମକରା ସିମେଣ୍ଟ କମ୍ପାନି ଖୋଲିବା ବଦଳରେ ଚୁକ୍ତିରୁ ଓହରିଗଲେ। 

ଚଳିତବର୍ଷ ଉତ୍କର୍ଷ ଓଡ଼ିଶା ମାଧ୍ୟମରେ ୧୬ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ପାଇଛନ୍ତି ରାଜ୍ୟ ସରକାର। ହେଲେ ଗତ ସରକାର ଭଳି ଶିଳ୍ପାୟନର ସ୍ବପ୍ନ ପୁରା ହେଉଛି ନା ଅଧାରେ ରହୁଛି, ତା ଉପରେ ସମସ୍ତଙ୍କର ନଜର। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe