କନକ ବ୍ୟୁରୋ : ଅସମାଜିକ ବ୍ୟକ୍ତିଙ୍କ ଅମାନବୀୟ କାଣ୍ଡ। ରାସ୍ତାକଡ଼ ଅଳିଆ ଗଦାରେ ନିଆଁ ଲଗାଇଦେଲେ ଜଣେ ବ୍ୟକ୍ତି । ନିଆଁ ଅଣାୟତ ହୋଇ ଜଳିଗଲା ଜଳିଗଲା କାର । ଅଳିଆ ଗଦାରୁ ନିଆଁ ଲାଗି ଜଳିଗଲା ସେକେଣ୍ଡ ହ୍ୟାଣ୍ଡ କାର୍। ଭୁବନେଶ୍ଵର ବଡ଼ଗଡ଼ ଥାନା ଅନ୍ତର୍ଗତ କଟକ ପୁରୀ ବାଇପାସ୍ ରୋଡ ମଙ୍ଗରାଜ ପଏଣ୍ଟ କଡ଼ରେ ଥିବା ଅଳିଆ ଗଦାରୁ ନିଆଁ ଲାଗି ଜଳିଗଲା ସେକେଣ୍ଡ ହ୍ୟାଣ୍ଡ କାର ।
ସୂଚନା ଅନୁସାରେ ଜଣେ ବ୍ୟକ୍ତି ବାହାଘର ମଣ୍ଡପରେ କାମ କରି ରାତି ୧୨ଟାରେ ଫେରୁଥିବାବେଳେ ଅଚାନକ ଅଳିଆ ଗଦାରେ ନିଆଁ ଲଗାଇ ଦେଇଥିଲେ । ହେଲେ ନିଆଁ ଭୀଷଣ ରୂପ ନେଇ ୫୦ମିଟର ପର୍ୟ୍ୟନ୍ତ ବ୍ୟାପିଯାଇଥିଲା। ସ୍ଥାନୀୟଲୋକ ପହଞ୍ଚି ଅଗ୍ନିଶମ ବିଭାଗକୁ ସୂଚନା ଦେବା ସହ ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ବଡ଼ଗଡ଼ ପୁଲିସ ପହଞ୍ଚି ଅଭିଯୁକ୍ତକୁ ଧରି ପଚରା ଉଚରା କରୁଥିବା ସମୟରେ ସ୍ଥାନୀୟଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ବାଇପାସ୍ ରାସ୍ତାରେ ଗାଡ଼ି ଚଳାଚଳ ଏକ ଘଣ୍ଟା ବାଧା ପ୍ରାପ୍ତ ହେଇ ଥିଲା ।
ଆଧିକ ପଢନ୍ତୁ : ଦିନିକିଆ ପରାଜୟର ପ୍ରତିଶୋଧ ଟି-୨୦ରେ ନେଲା ଭାରତ ,ତୃତୀୟ ଟି-ଟ୍ୱେଣ୍ଟି ବିଜୟ ସହ ଭାରତ ୩-୦ରେ ଆଗୁଆ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/26/garbege-2026-01-26-10-50-08.jpg)