କନକ ବ୍ୟୁରୋ : ବିହାରର ମୁଜାଫରପୁରରେ ବନ୍ୟାପାଣିରେ ବାୟୁସେନା ହେଲିକପ୍ଟର ଜରୁରୀ ଅବତରଣ କରିଛି । ବୈଷୟିକ କାରଣରୁ ହେଲିକପ୍ଟରଟି ପାଣିରେ ଅବତରଣ କରିଛି ବୋଲି ବାୟୁସେନା ଅଧିକାରୀ ଏକ ବିବୃତି ଜାରି କରିଛନ୍ତି । ବିମାନରେ ଥିବା ଦୁଇ ଜଣ ପାଇଲଟଙ୍କ ସମେତ ତିନି ଜଣ ଲୋକ ଦୁର୍ଘଟଣା ପରେ ସୁରକ୍ଷିତ ଅଛନ୍ତି । ଦୁର୍ଘଟଣା କିପରି ହେଲା ଏବଂ ଏଥିପାଇଁ କିଏ ଦାୟୀ ତାହାର ତଦନ୍ତ ଜାରି ରହିଛି ।
ସେପଟେ ମହାରାଷ୍ଟ୍ରର ପୁଣେରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ବୁଡ୍ରୁକ ଗ୍ରାମ ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଗ୍ରାମବାସୀ ହିଞ୍ଜେୱାଡି ପୋଲିସ ନିୟନ୍ତ୍ରଣ କକ୍ଷକୁ ସୂଚନା ଦେଇଥିଲେ । ପୋଲିସ ଏବଂ ଡାକ୍ତରୀ ଦଳ ପଠାଯାଇଛି । କୁହାଯାଉଛି ଯେ, ଅକ୍ସଫୋର୍ଡ ଗଲ୍ଫ କ୍ଲବ୍ରେ ହେଲିପ୍ୟାଡରୁ ଓହ୍ଲାଇବା ପରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ସକାଳ ୭.୦୦ ରୁ ୭.୧୦ ମଧ୍ୟରେ ଏହି ଘଟଣା ଘଟିଛି । ଏହି ଅଞ୍ଚଳରେ ଘନ କୁହୁଡ଼ି ହେତୁ ଦୁର୍ଘଟଣାର ସମ୍ଭାବନା ଅଛି । ତେବେ ଦୁର୍ଘଟଣାର ସଠିକ ବିବରଣୀ ପାଇବାକୁ ସରକାରୀ ଅନୁସନ୍ଧାନ ଚାଲିଛି । ଜରୁରୀକାଳୀନ ସେବା ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଚାଲିଛି । ହିଞ୍ଜେୱାଡି ପୋଲିସ ଷ୍ଟେଶନ ଏବଂ ବିମାନ ଚଳାଚଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।