କନକ ବ୍ୟୁରୋ : ଡେଲଫ ଦ୍ୱୀପ ନିକଟରେ ଶ୍ରୀଲଙ୍କା ନୌସେନାର ଗୁଳିମାଡ଼ରେ ୫ ଜଣ ଭାରତୀୟ ମତ୍ସ୍ୟଜୀବୀ ଆହତ ହୋଇଛନ୍ତି। ୫ ଜଣଙ୍କ ମଧ୍ୟରୁ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଶ୍ରୀଲଙ୍କା ନୌସେନାର ଗୁଳିମାଡ଼ ପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଶ୍ରୀଲଙ୍କା ହାଇ କମିଶନରଙ୍କୁ ସମନ କରିଛି ଭାରତ। ଡେଲଫ୍ଟ ଦ୍ୱୀପ ନିକଟରେ ୧୩ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଧରିବା ବେଳେ ଶ୍ରୀଲଙ୍କା ନୌସେନା ଗୁଳି ଚଳାଇଥିବା ସୂଚନା ମିଳିଥିଲା। ଏଥିରେ ଥିବା ୧୩ ଜଣଙ୍କ ମଧ୍ୟରୁ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ମତ୍ସ୍ୟଜୀବୀମାନେ ଜାଫନା ଟିଚିଂ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହାବ୍ୟତୀତ ଅନ୍ୟ ୩ ଜଣ ମତ୍ସ୍ୟଜୀବୀ ମଧ୍ୟ ସାମାନ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ମଧ୍ୟ ଚିକିତ୍ସା କରାଯାଉଛି। ଭାରତୀୟ ଦୂତାବାସର ଅଧିକାରୀମାନେ ଡାକ୍ତରଖାନାରେ ଆହତ ମତ୍ସ୍ୟଜୀବୀଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସେମାନଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଛନ୍ତି। ସେପଟେ କଲମ୍ବୋରେ ଥିବା ଭାରତୀୟ ହାଇକମିଶନ ମଧ୍ୟ ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରଣାଳୟ ନିକଟରେ ଏହି ପ୍ରସଙ୍ଗ ଉଠାଇଛନ୍ତି ।
ଶ୍ରୀଲଙ୍କା ନୌସେନା ଗୁଳିମାଡରେ ଭାରତୀୟ ମତ୍ସଜୀବୀ ଆହତ ଘଟଣା । ଶ୍ରୀଲଙ୍କା ହାଇକମିଶନଙ୍କୁ ଭାରତର ନୋଟିସ
ଶ୍ରୀଲଙ୍କା ନୌସେନାର ଗୁଳିମାଡ଼ ପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଶ୍ରୀଲଙ୍କା ହାଇ କମିଶନରଙ୍କୁ ସମନ କରିଛି ଭାରତ। ଡେଲଫ୍ଟ ଦ୍ୱୀପ ନିକଟରେ ୧୩ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଧରିବା ବେଳେ ଶ୍ରୀଲଙ୍କା ନୌସେନା ଗୁଳି ଚଳାଇଥିବା ସୂଚନା ମିଳିଥିଲା। ଏଥିରେ ଥିବା ୧୩ ଜଣଙ୍କ ମଧ୍ୟରୁ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ମତ୍ସ୍ୟଜୀବୀମାନେ ଜାଫନା ଟିଚିଂ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
/kanak/media/media_files/2025/01/29/7E8FCqR5B4CS50kDiqLc.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)