କନକ ବ୍ୟୁରୋ : ପୋଖରୀରେ ବୁଡି ଛାତ୍ର ନିଖୋଜ । ଗାଧୋଇବାକୁ ଯାଇଥିବାବେଳେ ପାଣିରେ ବୁଡି ନିଖୋଜ ହୋଇଯାଇଛନ୍ତି । ଛାତ୍ର ଜଣକ ହେଉଛନ୍ତି ଟାଙ୍ଗରିଆପାଳ ଅଞ୍ଚଳର ସମୀର ବେହେରା । ସମୀର ଦଶମ ଶ୍ରେଣୀର ଛାତ୍ର । କେନ୍ଦୁଝର ନରଣପୁର ରତ୍ନା ସାହିରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ । ତେବେ ଆଜି ସକାଳୁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ନିଖୋଜ ହୋଇଯାଇଛନ୍ତି । ବହୁ ଖୋଜାଖୋଜି କରିବା ପରେ ବି କୌଣସି ଖୋଜ ଖବର ମିଳିନଥିଲା । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ଖୋଜା ଖୋଜି ଜାରି ରଖିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us