କନକ ବ୍ୟୁରୋ : ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ, ଜଳିଗଲା ୨ ବଖରା ଘର, ୩ ଗୁରୁତର। ରୋଷେଇ ବେଳେ ଗ୍ୟାସ ଟାଙ୍କି ଫାଟିଥିବା ସୂଚନା। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଉଚ୍ଚପଦା, ଗୁଡିଆ ସାହିରେ ଅଗ୍ନିକାଣ୍ଡ ଘଟିଛି। ତେବେ ବୃନ୍ଦାବନ ସାହୁଙ୍କ ଘରେ ରୋଷେଇ ବେଳେ ଘରର ଗ୍ୟାସ ଟାଙ୍କି ପ୍ରଥମେ ଲିକ ହୋଇଥିଲା ପରେ ଗ୍ୟାସ ଟାଙ୍କିଟି ଫାଟି ଯାଇଥିଲା। ପରେ ଘରେ ନିଆଁ ଲାଗି ଯାଇଥିଲା। ଗାଁଲୋକେ ଗୁରୁତରଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଅଘଟଣରେ ବୃନ୍ଦାବନ ସାହୁ ତାଙ୍କ ସ୍ତ୍ରୀ ବାସନ୍ତୀ ଓ ପୁଅ ଦୀପକ ଗୁରୁତର ହୋଇଛନ୍ତି। ତାଙ୍କୁ ଭଦ୍ରକ ଜିଲ୍ଲା ମେଡିକାଲ ରେ ଭର୍ତ୍ତି କରାଯାଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us