କନକ ବ୍ୟୁରୋ: ଦେଶରେ କୋଭିଡ ସ୍ଥିତିକୁ ନେଇ ଆସନ୍ତାକାଲି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଭିଡିଓ କନ୍‌ଫରରେନ୍ସିଂରେ ସବୁ ରାଜ୍ୟର ଅଧିକାରୀ ମାନେ ସାମିଲ ହେବେ । ଦେଶରେ ବ୍ୟାପୁଥିବା ଦୁଇଟି ଭ୍ୟାରିଏଣ୍ଟରେ କେବଳ ଥଣ୍ଡା କାଶ ଲକ୍ଷଣ ଦେଖାଯାଉଛି । ରାଜ୍ୟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି । ଦେଶର ସ୍ଥିତିକୁ ଦେଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଭୟଭୀତ ନହେବାକୁ ରାଜ୍ୟବାସୀଙ୍କୁ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । 

Advertisment

ଦେଶରେ ଓମିକ୍ରନ୍‌ର ୪ ଉପପ୍ରଜାତି ଚିହ୍ନଟ
ସକ୍ରିୟ ମାମଲା ୧ ହଜାରରୁ ଅଧିକ 
କେରଳ, ମହାରାଷ୍ଟ୍ର ଓ ଦିଲ୍ଲୀରେ ସଂକ୍ରମଣ ଉପରମୁହାଁ
କେରଳରେ ସର୍ବାଧିକ ସଂକ୍ରମିତ ଚିହ୍ନଟ
କେରଳରେ ୪୩୦ ସକ୍ରିୟ ସଂକ୍ରମିତ ଚିହ୍ନଟ
ମହାରାଷ୍ଟ୍ରରେ ୨୦୯ ସକ୍ରିୟ ସଂକ୍ରମିତ ଚିହ୍ନଟ
ଦିଲ୍ଲୀରେ ୧୦୪ ସକ୍ରିୟ ସଂକ୍ରମିତ ଚିହ୍ନଟ
ଗୁଜରାଟରେ ୮୩
କର୍ଣ୍ଣାଟକରେ ୪୭
ଉତ୍ତରପ୍ରଦେଶରେ ୧୫ 
ପଶ୍ଚିମବଙ୍ଗରେ ୧୨ଟି ମାମଲା ଚିହ୍ନଟ