କନକ ବ୍ୟୁରୋ : ଭାରତ-ପାକିସ୍ତାନ ବିବାଦ, ଆଜି ଜାତିସଂଘର ପରାମର୍ଶ ବୈଠକ । ଭାରତର ଆକ୍ରମଣ ଭୟରେ ପାକିସ୍ତାନ ଜରୁରୀକାଳୀନ ବୈଠକ ପାଇଁ ଅପିଲ କରିଥିଲା । ଯାହାକୁ ଗ୍ରହଣ କରିବା ସହ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଛି ଜାତିସଂଘ ସୁରକ୍ଷା ପରିଷଦ । ପାକିସ୍ତାନ ଏବେ ୧୫ ଜଣିଆ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଅଛି । ଆଜି ଅପରାହ୍ନ ୫ଟାରେ ବୈଠକ ହେବାର ଅଛି । ଭାରତର ଆକ୍ରମଣାତ୍ମକ ଆକ୍ସନକୁ ନେଇ ଜାତିସଂକ୍ଷ ସୁରକ୍ଷା ପରିଷଦକୁ ଜଣାଇବ ବୋଲି ରବିବାର ପାକିସ୍ତାନ କହିଥିଲା । ଭାରତର ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ, କ୍ରୋଧ, ଉତେଜକ ବୟାନ ସମ୍ପର୍କରେ ୟୁଏନ୍ ସୁରକ୍ଷା ପରିଷଦକୁ ଅବଗତ କରିବ ବୋଲି କହିଛନ୍ତି ପାକିସ୍ତାନର ବୈଦେଶିକ ମନ୍ତ୍ରୀ । ସିନ୍ଧୁ ନଦୀ ଜଳ ଚୁକ୍ତି ବାତିଲ ପ୍ରସଙ୍ଗ ଉଠାଇବ ପାକିସ୍ତାନ ।
ତେବେ ଜାତିସଂଘ ସୁରକ୍ଷା ପରିଷଦରେ ୫ ଜଣ ସ୍ଥାୟୀ ସଦସ୍ୟ ଅଛନ୍ତି । ଯେଉଁମାନଙ୍କ ପାଖରେ ଭେଟୋ ପାୱାର ରହିଛି । ଏହି ସବୁ ଦେଶ ହେଉଛି ଚୀନ, ଋଷ, ଇଂଲଣ୍ଡ, ଆମେରିକା । ବାକି ୧୦ ଅସ୍ଥାୟୀ ଦେଶ ମଧ୍ୟରେ ପାକିସ୍ତାନ, ଗୁଏନା, ପାନାକା, ଦକ୍ଷିଣ କୋରିଆ, ସିଏରା ଲିଓନେ, ସ୍ଲୋଭେନିଆ, ସୋମାଲିଆ, ଆଲଗେରିଆ, ଡେନମାର୍କ ଏବଂ ଗ୍ରୀସ୍ ଅଛନ୍ତି । କିନ୍ତୁ ଏଥିରେ ଭାରତ ନାହିଁ ହେଲେ ଅଧିକାଂଶ ଦେଶ ଭାରତ ସପକ୍ଷରେ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/05/05/QieO2HFW5Rg1CDIT9mVh.jpg)