କନକ ବ୍ୟୁରୋ: ଗୁଣୁପୁର ଅନ୍ତର୍ଗତ ଚି଼ମ୍ପାପୁରର ଏକ କପାବାଡ଼ରୁ ଏକ ମାଈ ହାତୀର ମୃତଦେହ ଠାବ କରାଯାଇଛି ।  ବିଳମ୍ବିତ ରାତିରେ ମୃତଦେହ ଉଦ୍ଧାର ହୋଇଛି । ନିକଟରେ ଥିବା ବିଦ୍ୟୁତ ଖୁଣ୍ଟିକୁ ହାତୀଟି ଭାଙ୍ଗିବା ପାଇଁ ଚେଷ୍ଟା କରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ହାତୀଟି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର କୋଟ୍ରାଗୁଡା ଜଙ୍ଗଲରୁ ଏକ ହାତୀପଲ ଆସି ଗୁଣୁପୁର ବନାଞ୍ଚଳରେ ବୁଲୁଥିଲେ । ଏହି ହାତୀପଲର ୬ଟି ହାତୀ ମଧ୍ୟରୁ ୪ଟି ହାତୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଆନ୍ଧ୍ର ଜଙ୍ଗଲରେ ମୃତ୍ୟୁ ଘଟିଥିଲା । ଏହି ହାତୀପଲର ଅନ୍ୟ ଦୁଇ ହାତୀ ଚଳିତ ବର୍ଷ ଗୁଣୁପୁର ବନଖଣ୍ଡକୁ ଚାଲି ଆସିଥିଲେ । କିନ୍ତୁ ଏହି ଦୁଇ ହାତୀ ଚିମ୍ପାପୁର ନିକଟରେ ଥିବା କପାବାଡ଼ରେ ପଶିବା ପରେ ବିଦ୍ୟୁତ ଖୁଣ୍ଟିକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ।  ବିଦ୍ୟୁତ ଖୁଣ୍ଟି ନଇଁ ପଡିବାରୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥାଇପାରେ ମାଈ ହାତୀ । ପରେ ହାତୀଟିର ମୃତ୍ୟୁ ଘଟିଛି । ଅନ୍ୟ ହାତୀଟି ମଧ୍ୟ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଆଘାତ ହେଇଥିବା ନେଇ ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି ।