କନକ ବ୍ୟୁରୋ: ତାମିଲନାଡୁରୁ ଆସିଛି ଏକ ଆଶ୍ଚର୍ୟ୍ୟଜନକ ଘଟଣା । ନିଜ ଶରୀରରେ ସୁପରପାୱାର ଥିବା ଭାବି କୋଠାରୁ ଡେଇଁପଡିଲେ ଇଂଜିନିୟରରେ ଛାତ୍ର । ଘଟଣା ଘଟିଛି କୋଏମ୍ବାଟୁରର ଏକ ଘରୋଇ କଲେଜରେ । ସାଙ୍ଗସାଥୀଙ୍କ ସହ କଥାବାର୍ତ୍ତା କରିବା ପରେ ହଷ୍ଟେଲ ରୁମରୁ ସିଧା ବିଲଡିଂରୁ ୪ର୍ଥ ମହଲାକୁ ଚାଲିଯାଇଥିଲେ  ଓ ସେଠାରୁ ଡେଇଁପଡିଥିଲେ ପ୍ରଭୁ ନାମକ ତୃତୀୟ ବର୍ଷ ଛାତ୍ର । ଦେଖଣାହାରୀ କିଛି ବୁଝିବା ଆଗରୁ ହିଁ ଛାତ୍ର ଜଣକ ଗମ୍ଭୀର ଆହତ ହୋଇପଡିଥିଲେ । ସୂଚନା ଅନୁସାରେ ପ୍ରଭୁ ଡାଟା ସାଇନ୍ସର ଛାତ୍ର ଓ କ୍ଲାସରେ ଭଲ ପାଠ ମଧ୍ୟ ପଢ଼ନ୍ତି । ଘଟଣାର କିଛି ଦିନ ପୂର୍ବରୁ ସେ ଗୋଟିଏ କଥା ଦାବି କରି ଆସୁଥିଲେ କି ତାଙ୍କ ପାଖରେ ସୁପରପାୱାର ବା ଦିବ୍ୟ ଶକ୍ତି ରହିଛି ଓ ସେ ଛାତ୍ରରୁ ଡେଇଁଲେ ମଧ୍ୟ ତାଙ୍କର କିଛି କ୍ଷତି ହବନି ।