ସମ୍ବଲପୁର ସିଟି ଷ୍ଟେସନ ଅଞ୍ଚଳରେ ଗୋରୁ ମାଫିଆଙ୍କୁ ଏନକାଉଣ୍ଟର । ଗାଡି ଅଟକାଇବାରୁ ପୋଲିସକୁ ଗୁଳି

ଗୋ ଚାଲାଣ କରାଯାଉଥିବା କଣ୍ଟେନରକୁ ଏକ କାର ଏସକୋର୍ଟ କରି ଆଣୁଥିଲା । ପୋଲିସ ଏହି ସମୟରେ ଗାଡ଼ି ଅଟକାଇବାରୁ ଗାଡ଼ିରେ ଥିବା ଦୁଇ ଜଣ ଫାୟରିଙ୍ଗ କରିଥିଲେ,

gdfhhsggfdg

gfhhfghfg Photograph: (gfhfsfd)

କନକ ବ୍ୟୁରୋ : ସମ୍ବଲପୁରରେ ପୋଲିସ ଏନକାଉଣ୍ଟର। ଆଜି ଭୋର ୫.୩୦ରେ ଦୁଇଜଣ ଗୋ ମାଫିଆଙ୍କୁ ଏନକାଉଣ୍ଟର କରିଛି ପୋଲିସ। ପଶ୍ଚିମବଙ୍ଗକୁ ଗୋ ଚାଲାଣ ନେଇ ଖବର ପାଇବା ପରେ ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ସିଟି ଷ୍ଟେସନ ନିକଟରେ ଛକି ରହିଥିଲା । ଗୋ ଚାଲାଣ କରାଯାଉଥିବା କଣ୍ଟେନରକୁ ଏକ କାର ଏସକୋର୍ଟ କରି ଆଣୁଥିଲା । ପୋଲିସ ଏହି ସମୟରେ ଗାଡ଼ି ଅଟକାଇବାରୁ ଗାଡ଼ିରେ ଥିବା ଦୁଇ ଜଣ ଫାୟରିଙ୍ଗ କରିଥିଲେ, ଏହାର ଜବାବରେ ପୋଲିସ ମଧ୍ୟ ଫାଇରିଙ୍ଗ କରିଥିଲା। ଏଥିରେ ଦୁଇଜଣ ଗୋ ମାଫିଆ ଆହତ ହୋଇଥିଲେ। ପୋଲିସ ଦୁଇ ଜଣଙ୍କୁ ବୁର୍ଲା ମେଡିକାଲରେ ଭର୍ତି କରିଛି। ଆହତ ଦୁଇଜଣ ଗୋ ମାଫିଆ ପଶ୍ଚିମବଙ୍ଗର ଏସକେ ମଣ୍ଟୁ ହକ୍ ଓ ଏସକେ ଆରିଫ। 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe