କନକ ବ୍ୟୁରୋ : ଜନଗଣନା ନେଇ ଆଜି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ପ୍ରସ୍ତୁତି ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କର ଗୁରୁତ୍ବପୂର୍ଣ୍ଣ ବୈଠକ । ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା । ଜନଗଣନା ପାଇଁ ଦେଶବ୍ୟାପୀ ୩୪ ଲକ୍ଷ ଗଣନାକାରୀ ଏବଂ ୧.୩ ଲକ୍ଷ କର୍ମକର୍ତ୍ତାଙ୍କୁ କରାଯିବ ନିୟୋଜିତ । ସ୍ବାଧୀନ ଭାରତରେ ଏହା ହେଉଛି ୧୬ ତମ ଜନଗଣନା । ଶେଷ ଥର ପାଇଁ ୨୦୧୧ରେ ହୋଇଥିଲା ଜନଗଣନା । 

Advertisment

୨୦୨୭ ମାର୍ଚ୍ଚ ୧ ତାରିଖରୁ ଦେଶରେ ଜାତିଭିତ୍ତିକ ଜନଗଣନା ଆରମ୍ଭ ହେବ ଏବଂ ୨୦୨୬ ଅକ୍ଟୋବରରୁ କେନ୍ଦ୍ର ଶାସିତ ଅଞ୍ଚଳରେ ହେବ ଜନଗଣନା । ଦୀର୍ଘ ୧୭ ବର୍ଷ ପରେ ଦେଶରେ ଆରମ୍ଭ ହେବ ଜାତି ଭିତ୍ତିକ ଜନଗଣନା । ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା ।