କନକ ବ୍ୟୁରୋ : ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା, ଅଲଟ୍ରାସାଉଣ୍ଡ ରିପୋର୍ଟକୁ ନେଇ ମେଡ଼ିକାଲ ପରିସରରେ ଉତ୍ତେଜନା । ରାଇବଣିଆ ଥାନା ମାକିଡିଆର କାହ୍ନୁଚରଣ ପାଲଙ୍କ ପତ୍ନୀଙ୍କ ପ୍ରସବ ଯନ୍ତ୍ରଣା ବଢିବା ପରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଅଲଟ୍ରାସାଉଣ୍ଡରେ ମହିଳାଙ୍କ ଗର୍ଭରେ ଯମଜ ସନ୍ତାନ ଥିବା ଜଣାପଡିଥିଲା । ତେବେ ମଙ୍ଗଳବାର ରାତିରେ ମହିଳାଙ୍କର ଗୋଟିଏ ଶିଶୁ ଜନ୍ମ ହୋଇଥିବା ବେଳେ ଆଉ ଗୋଟିଏ ଶିଶୁ କୁ୍ଆଡେ ଗଲା ବୋଲି ପ୍ରଶ୍ନ କରିଥିଲେ କାହ୍ନୁଚରଣଙ୍କ ପରିବାର । ଏହାକୁ ନେଇ ମେଡ଼ିକାଲ ପରିସରରେ କିଛି ସମୟ ପର୍ଯ୍ୟନ୍ତ ଉତ୍ତେଜନା ଦେଖିବାକୁ ମିଳିଛି ।