କନକ ବ୍ୟୁରୋ: ପାକିସ୍ତାନ ଆକାଶ ଦେଇ ଉଡ଼ିଲା ମୋଦୀଙ୍କ ବିମାନ । ପ୍ୟାରିସ ଗସ୍ତ ସମୟରେ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ପାକିସ୍ଥାନର ଆକାଶପଥ ବ୍ୟବହାର କରିଛନ୍ତି । ଏନେଇ ପାକ ଗଣମାଧ୍ୟମ ସଂସ୍ଥା ଏଆରୱାଇ ନ୍ୟୁଜ୍ ପକ୍ଷରୁ ଦାବି କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ବିମାନ ଶେଖପୁରା, ହାଫିଜାବାଦ, ଚକୱାଲ ଏବଂ କୋହାଟ ଅଞ୍ଚଳ ଦେଇ ଅତିକ୍ରମ କରିଥିବା କହିଛି ପାକ ଗଣମାଧ୍ୟମ ସଂସ୍ଥା । ଆଫଗାନିସ୍ତାନର ଏୟାରସ୍ପେସ୍ ବନ୍ଦ ହେବା ଯୋଗୁଁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ବିମାନକୁ ପାକିସ୍ତାନର ଏୟାରସ୍ପେସ୍ ଦେଇ ଯିବାକୁ ଅନୁମତି ଦିଆଯାଇଥିଲା । ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ଅନେକ ଥର ନରେନ୍ଦ୍ର ମୋଦିଙ୍କ ବିମାନ ପାକିସ୍ତାନର ଆକାଶ ସୀମା ବ୍ୟବହାର କରିଛନ୍ତି । ଅଗଷ୍ଟ ୨୦୨୪ରେ, ପୋଲାଣ୍ଡରୁ ଦିଲ୍ଲୀ ଯାତ୍ରା ସମୟରେ ମୋଦିଙ୍କ ବିମାନ ମଧ୍ୟ ପାକିସ୍ତାନର ଆକାଶପଥ ବ୍ୟବହାର କରିଥିଲା । ପୁଲୱାମା ଆକ୍ରମଣ ପରେ ଭାରତ ସହ କୁଟନୈତିକ ସମ୍ପର୍କ ବିଗିଡ଼ିବା କାରଣରୁ ୨୦୧୯ ମସିହାରୁ ଭାରତ ପାଇଁ ନିଜର ବାୟୁସୀମାରେ କଟକଣା ଲଗାଇଥିବା ପାକିସ୍ତାନ ।
ପାକ୍ ଆକାଶରେ ମୋଦୀଙ୍କ ବିମାନ
ପାକ୍ ଗଣମାଧ୍ୟମ ସଂସ୍ଥାର ବଡ଼ ଦାବି
ପାକିସ୍ତାନ ଆକାଶ ଦେଇ ଉଡ଼ିଲା ମୋଦୀଙ୍କ ବିମାନ
ପ୍ୟାରିସ୍ ଗସ୍ତ ସମୟରେ ପାକ୍ ବାୟୁସୀମା ହୋଇଥିଲା ବ୍ୟବହୃତ
ଶେଖପୁରା, ହାଫିଜାବାଦ, ଚକୱାଲ ଉପରେ ଉଡ଼ିଥିଲା ଏୟାର ଇଣ୍ଡିଆ ୱାନ୍
ଆଫଗାନିସ୍ତାନର ଏୟାରସ୍ପେସ୍ ବନ୍ଦ କାରଣର ପାକିସ୍ତାନ ଦେଇଥିଲା ଅନୁମତି
୨୦୨୪ରେ ପୋଲାଣ୍ଡ ଗସ୍ତ ସମୟରେ ମଧ୍ୟ ପାକ୍ ଆକାଶରେ ଉଡ଼ିଥିଲା ମୋଦୀଙ୍କ ବିମାନ
ପୁଲୱାମା ଆକ୍ରମଣ ପରେ ଦୁଇ ଦେଶ ପରସ୍ପରର ବାୟୁସୀମା ଉପରେ ଲଗାଇଥିଲେ କଟକଣା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/02/12/xkfdeJpmaJ6HwdzC2VRz.jpg)