କନକ ବ୍ୟୁରୋ : ନିଆଁଲାଗି ଜୀବନ୍ତ ଜଳି ଗଲେ ନାବାଳକ । ରାଉରକେଲା ସେକ୍ଟର- ୬ ଦୁର୍ଗା ମଣ୍ଡପ ନିକଟରେ ଘଟିଛି ଏହି ଲୋମ ଟାଙ୍କୁରା ଘଟଣା । କୌଣସି କାରଣରୁ ନିଆଁ ଲାଗିଥିବା ବେଳେ ସେଠାରେ ମଣ୍ଡପ ନିକଟରେ ଥିବା ନାବାଳକଙ୍କ ଦେହରେ ଲାଗିଯାଇଥିଲା ନିଆଁ । ଘଟଣାସ୍ଥଳରେ ନାବାଳକ ଜଣକ ସମ୍ପୁର୍ଣ୍ଣ ଦଗ୍ଧ ହୋଇଯାଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆକୁ ଆୟତ୍ତ କରିଛନ୍ତି । ତେବେ ଘଟଣାସ୍ଥଳରେ କିଭଳି କେମିତି ନିଆଁ ଲାଗିଲା ତାର କାରଣ ଅସ୍ପଷ୍ଟ ରହିଛି ।