୮୦ ବର୍ଷୀୟ ବୃଦ୍ଧାଙ୍କର ନାହିଁ ଆଧାର କାର୍ଡ: ମେସିନ୍ ରିଡ୍ କରୁନି ଫିଙ୍ଗର ପ୍ରିଣ୍ଟ, ୭ ବର୍ଷ ହେଲା ବନ୍ଦ ହୋଇଯାଇଛି ଭତ୍ତା

Advertisment

ପରିଚୟ ଖୋଜୁଛନ୍ତି ଅସହାୟ ବୃଦ୍ଧା। ଆଧାର କାର୍ଡ ନଥିବାରୁ ବୃଦ୍ଧା ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ। ନାଁ ଭତ୍ତା ଅଛି ନାଁ ରାସନ ଚାଉଳ ମିଳୁଛି। ଅସହାୟ ଓ ନିରାଶ୍ରୟ ହୋଇ ନିଜ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଛନ୍ତି ବୃଦ୍ଧା।

ପରିଚୟ ଖୋଜୁଛନ୍ତି ଅସହାୟ ବୃଦ୍ଧା। ଆଧାର କାର୍ଡ ନଥିବାରୁ ବୃଦ୍ଧା ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ। ନାଁ ଭତ୍ତା ଅଛି ନାଁ ରାସନ ଚାଉଳ ମିଳୁଛି। ଅସହାୟ ଓ ନିରାଶ୍ରୟ ହୋଇ ନିଜ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଛନ୍ତି ବୃଦ୍ଧା।

cscs

କନକ ବ୍ୟୁରୋ: ପରିଚୟ ଖୋଜୁଛନ୍ତି ଅସହାୟ ବୃଦ୍ଧା। ଆଧାର କାର୍ଡ ନଥିବାରୁ ବୃଦ୍ଧା ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ। ନାଁ ଭତ୍ତା ଅଛି ନାଁ ରାସନ ଚାଉଳ ମିଳୁଛି। ଅସହାୟ ଓ ନିରାଶ୍ରୟ ହୋଇ ନିଜ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଛନ୍ତି ବୃଦ୍ଧା। ସେଥିପାଇଁ ସହାୟତା ଯୋଗାଇଦେବାକୁ ସରକାରଙ୍କ ପାଖରେ ନିବେଦନ କରିଛନ୍ତି ବୃଦ୍ଧା। 

ଚମ ଧୁଡୁଧୁଡୁ ହେଲାଣି, ଅଣ୍ଟା ନଇଁ ଗଲାଣି। କାନକୁ ଭଲ କରି ଶୁଭୁନି। ତୁଳସା ମାଉସୀଙ୍କ ଆଖି ଆଗରେ ଆଗପଛ ହୋଇ ଚାଲିଗଲେ ତିନି ପୁଅ। ସ୍ୱାମୀ ବି ପରପାରିରେ। ଯେତେବେଳେ ସଂସାର ଛାରଖାର ହୋଇଯାଇଛି, ସେତେବେଳେ ମାଉସୀଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି। କୁଲି କରି ପେଟ ପୋଶୁଥିଲେ, ଏବେ ଆଉ ପାରୁନାହାନ୍ତି। ସେପଟେ ପୂର୍ବରୁ ମିଳୁଥିବା ଭତ୍ତା ଆଉ ଏବେ ମିଳୁନି। ଆଧାର କାର୍ଡ ନାହିଁ, ଫିଙ୍ଗର ପ୍ରିଣ୍ଟ ବି ନେଉନି, ତେଣୁ ୭ ବର୍ଷ ହେବ ଭତ୍ତା ବନ୍ଦ। ରାସନ ଚାଉଳ ବି ମିଳୁନଥିବା ଅଭିଯୋଗ ହୋଇଛି।

କେବଳ ସେତିକି ନୁହେଁ ନିଜର ଘରଟିଏ ନାହିଁ। ପୁରୁତା ପାଖରେ ରହୁଛନ୍ତି ବୃଦ୍ଧା। ପୁତୁରା ଛୋଟ ଦୋକାନଟିଏ କରି ପରିବାର ପୋଶିବା ସହ ତୁଳସାଙ୍କ ପେଟକୁ ଦାନା ଦେଉଛନ୍ତି। କିନ୍ତୁ ଔଷଧ ଖାଇବା ପାଇଁ ପାଖରେ ପଇସା ନାହିଁ। ଜୀବନ ଜିଇଁବା କଷ୍ଟକର ହୋଇପଡ଼ିଥିବାରୁ ସରକାରଙ୍କୁ ଭତ୍ତା ଓ ରାସନ ଚାଉଳ ଯୋଗାଇଦେବାକୁ ନେହୁରା ହୋଇଛନ୍ତି ୮୦ ବର୍ଷୀୟା ବୃଦ୍ଧା। ତୁଳସାଙ୍କ ଦୁଃଖକୁ ହୃଦୟଙ୍ଗମ କରି ସରକାର ତୁରନ୍ତ ସରକାରୀ ସୁବିଧା ଯୋଗାଇଦେବା ଜରୁରୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe