୮୦ହଜାର ହିତାଧିକାରୀ ଫେରାଇଲେଣି ୧୨ ହଜାରରୁ ଅଧିକ ରାସନ କାର୍ଡ । ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

Advertisment

ହିତାଧିକାରୀଙ୍କ ମଧ୍ୟରେ ସରକାରୀ କର୍ମଚାରୀ । ପ୍ରତିଦିନ ୩ରୁ ୪ହଜାର ଫେରାଉଛନ୍ତି କାର୍ଡ ।

ହିତାଧିକାରୀଙ୍କ ମଧ୍ୟରେ ସରକାରୀ କର୍ମଚାରୀ । ପ୍ରତିଦିନ ୩ରୁ ୪ହଜାର ଫେରାଉଛନ୍ତି କାର୍ଡ ।

୮୦ହଜାର ଫେରାଇଲେଣି ରାସନ କାର୍ଡ

୮୦ହଜାର ଫେରାଇଲେଣି ରାସନ କାର୍ଡ Photograph: (kanaknews)

କନକ ବ୍ୟୁରୋ: ୮୦ ହଜାର ଅଯୋଗ୍ୟ ହିତାଧିକାରୀ ଫେରାଇଲେଣି ୧୨ ହଜାରରୁ ଅଧିକ କାର୍ଡ । ଏବେ ବି କାର୍ଡ ଫେରାଉଛନ୍ତି ଅଯୋଗ୍ୟ ହିତାଧିକାରୀ। ସେଥିରୁ ସାଢେ ୪ହଜାର ସରକାରୀ କର୍ମଚାରୀ କାର୍ଡ ଫେରାଇଛନ୍ତି । ପ୍ରତିଦିନ ୩ରୁ ୪ ହଜାର ଲୋକ କାର୍ଡ ଫେରାଉଛନ୍ତି। ୪ ଲକ୍ଷ ମୃତ ହିତାଧିକାରୀଙ୍କ କାର୍ଡ ବି କଟା ଯାଇଛି। ନିଜ ଆଡୁ କାର୍ଡ ଫେରାଇବାକୁ ପୁଣି ଥରେ ଅପିଲ କରିଛନ୍ତି ଯୋଗାଣ ମନ୍ତ୍ରୀ । 


ଯେଉଁ ମାନଙ୍କର ଗ୍ରାମୀଣ ଅଂଚଳରେ ମାସିକ ୧୦ ହଜାର ଆୟ ଏବଂ ସହରାଞ୍ଚଳରେ ୧୫ ହଜାର ଆୟ କାର୍ଡ ଫେରାଇ ଦେବାକୁ ଅପିଲ କରିଛନ୍ତି ମନ୍ତ୍ରୀ । ତେବେ ଯେଉଁମାନେ କାର୍ଡ ଫେରାଇନାହାନ୍ତି, ସେମାନଙ୍କ ବିରୋଧରେ ସରକାର ଏବେ କୌଣସି କାର୍ଯ୍ୟାନୁଷ୍ଠାନ ନେବେ ନାହିଁ ବୋଲି କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର। ସେପଟେ ମାର୍ଚ୍ଚ ୧ରୁ ପୋର୍ଟାଲ ଖୋଲିବା ପରେ ଦେଢ଼ ହଜାର ନୂଆ ଆବେଦନ ହୋଇଛି। ପୂର୍ବରୁ ୬ଲକ୍ଷ ଆବେଦନକାରୀ ଅପେକ୍ଷାରେ ଅଛନ୍ତି । ସେମାନଙ୍କୁ ଖୁଵ ଶୀଘ୍ର କାର୍ଡ ଦେବା ପ୍ରକ୍ରିୟା ଆରମ୍ଭ ହେବ। ଆୟକର ଫାଇଲ ଦେଇଥିବା ହିତାଧିକାରୀଙ୍କ ବି ଫିଜିକାଲ ଭେରିଫିକେସନ କରି କଟାଯିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe