କନକ ବ୍ୟୁରୋ : ଅଗଷ୍ଟ ୧୧ ତାରିଖରୁ ୧୦ ଦଫା ଦାବି ନେଇ ଆନ୍ଦୋଳନରେ ବସିଛନ୍ତି ଓଡ଼ିଶା ରାଜସ୍ୱ ଅମଲା ସଂଘ । ଆନ୍ଦୋଳନକୁ ୯ ଦିନ ପୂରିଲା,ସମାଧାନ ନୋହିଲା । ସରକାରଙ୍କ ତାଗିଦ ସତ୍ତ୍ବେ ଶୁଣୁନି ସଂଘ । ଫଳରେ କଟକରେ ତହସିଲ, ଜିଲ୍ଲାପାଳ ଓ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାମ ପୂରା ଠପ୍ । ଗୋଟିଏ ପଟେ ସରକାର ନିଜ ଜିଦରେ ଅଟଳ, ଏପଟେ ସଂଘ। ଆଉ ଏହାରି ଭିତରେ ପେଷି ହେଉଛନ୍ତି ଜନତା। ପ୍ରତିଦିନ ଆସି ଚିଡ଼ିକି ଫେରୁଛନ୍ତି ଲୋକେ । ଆଜି କଟକ ବାରବାଟୀ ବିଧାୟିକା ଆନ୍ଦୋଳନରତ ଅମଲା ସଂଘ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ହେଲେ ସଂଘ ଜିଦ୍ରେ ଅଟଳ । ଅମଲା ସଂଘ କଟକ ଜିଲ୍ଲା ସଭାପତି କହିଛନ୍ତି ହକ୍ ନପାଇବା ଯାଏଁ ଆନ୍ଦୋଳନରୁ ଓହରିବୁ ନାହିଁ । ଏବେ ଅପେକ୍ଷା କେଉଁ ଦିନ ସରକାର ଅମଲା ସଂଘର ଦାବି ଶୁଣୁଛନ୍ତି ।
ଅମଲା ସଂଘ ଆନ୍ଦୋଳନକୁ ୯ ଦିନ : ଅଧିକାଂଶ ଅଫିସ୍ରେ କାମ ଠପ୍ , ହକ୍ ନପାଇବା ଯାଏ ଜାରି ରହିବ ଧର୍ମଘଟ
ଆଜି କଟକ ବାରବାଟୀ ବିଧାୟିକା ଆନ୍ଦୋଳନରତ ଅମଲା ସଂଘ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ହେଲେ ସଂଘ ଜିଦ୍ରେ ଅଟଳ । ଅମଲା ସଂଘ କଟକ ଜିଲ୍ଲା ସଭାପତି କହିଛନ୍ତି ହକ୍ ନପାଇବା ଯାଏଁ ଆନ୍ଦୋଳନରୁ ଓହରିବୁ ନାହିଁ ।
/kanak/media/media_files/2025/08/19/amala-2025-08-19-19-08-46.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)