୨୦ ଟଙ୍କାରେ ବିକ୍ରି ହେଉଥିଲା ସିନେମା ‘ଶୋଲେ’ର ଟିକେଟ୍ : ଏବେ ମୃଦୁପାନୀୟ ମିଳିବା କଷ୍ଟ ; ଟିକେଟ୍ ସେୟାର୍ କଲେ ବିଗ୍ ବି

Advertisment

ଅମିତାଭ ବଚ୍ଚନ, ଧର୍ମେନ୍ଦ୍ର , ଜୟା ବଚ୍ଚନ ଏବଂ ହେମା ମାଲିନି ଅଭିନିତ ଏହି ସିନେମା ସିନେପ୍ରେମୀଙ୍କୁ ଏତେ ପସନ୍ଦ ଆସିଥିଲା ଯେ ପ୍ରେକ୍ଷାଳୟରେ ଲୋକ ଫିଲ୍ମ ଦେଖିବାକୁ ଧାଡ଼ି ଲଗାଇଥିଲେ ।

ଅମିତାଭ ବଚ୍ଚନ, ଧର୍ମେନ୍ଦ୍ର , ଜୟା ବଚ୍ଚନ ଏବଂ ହେମା ମାଲିନି ଅଭିନିତ ଏହି ସିନେମା ସିନେପ୍ରେମୀଙ୍କୁ ଏତେ ପସନ୍ଦ ଆସିଥିଲା ଯେ ପ୍ରେକ୍ଷାଳୟରେ ଲୋକ ଫିଲ୍ମ ଦେଖିବାକୁ ଧାଡ଼ି ଲଗାଇଥିଲେ ।

SHOLEY NEW

SHOLEY NEW Photograph: (KanakNews)

ବସନ୍ତୀ ଇନ୍ କୁତୋଁକେ ସାମନେ ମତ୍ ନାଚନା ..

ୟେ ଦୋସ୍ତି ହମ୍ ନହିଁ ତୋଡେଙ୍ଗେ ..

Basanti
Basanti Photograph: (google)

କନକ ବ୍ୟୁରୋ : କିଛି ମନେ ପଡୁଛି ଏ କେଉଁ ସିନେମାର ଡାଇଲଗ୍ ଏବଂ ଗୀତ? ୧୯୭୫ ପ୍ରେକ୍ଷାଳୟରେ ଧୂମ୍ ମଚାଇଥିବା ଏମିତି ଏକ ଫିଲ୍ମ ଯାହା ସମସ୍ତଙ୍କୁ ଜୟ,ବୀରୁଙ୍କ କାହାଣୀ ସହ ସାମ୍ନା କରାଇଥିଲା । ଅମିତାଭ ବଚ୍ଚନ, ଧର୍ମେନ୍ଦ୍ର , ଜୟା ବଚ୍ଚନ ଏବଂ ହେମା ମାଲିନି ଅଭିନିତ ଏହି ସିନେମା ସିନେପ୍ରେମୀଙ୍କୁ ଏତେ ପସନ୍ଦ ଆସିଥିଲା ଯେ ପ୍ରେକ୍ଷାଳୟରେ ଲୋକ ଫିଲ୍ମ ଦେଖିବାକୁ ଧାଡ଼ି ଲଗାଇଥିଲେ । ତେବେ ନିକଟରେ ବିଗ୍ ବି ନିଜ ଆଇକନିକ୍ ଫିଲ୍ମ ‘ଶୋଲେ’ର ସଂରକ୍ଷିତ ଟିକେଟ୍ ସେୟାର କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ସେତେବେଳେ ଶୋଲେ ଫିଲ୍ମର ଟିକେଟର ମୂଲ୍ୟ ମାତ୍ର ୨୦ ଟଙ୍କା ଥିଲା । 

sholay
sholay Photograph: (Google)

ବିଗ୍ ବି ତାଙ୍କ ବ୍ଲଗରେ ସେତେବେଳର ସ୍ମୃତିକୁ ସେୟାର କରିବା ସହ ମୁମ୍ବାଇର ଜୁହୁରେ ଥିବା ତାଙ୍କ ଘର ବାହାରେ ପ୍ରଶଂସକମାନଙ୍କ ସହିତ ସାକ୍ଷାତ କରିଥିବା ଫଟୋ ମଧ୍ୟ ସେୟାର କରିଥିଲେ । ପୁରୁଣା ସିନେମା ଟିକେଟ୍ ବିଷୟରେ କହି ସେ ଆଶ୍ଚର୍ଯ୍ୟ ହୋଇ କହିଥିଲେ ଯେ ‘ସମୟ କେତେ ବଦଳି ଯାଇଛି ।’ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ସେ ଲେଖିଥିଲେ ଯେ "ଶୋଲେ' ଟିକେଟ୍ ... ସଂରକ୍ଷିତ କରି ରଖିଛି ... ଯାହାର ମୂଲ୍ୟ ଥିଲା ୨୦ ଟଙ୍କା !! ଏହାପରେ ସୁପରଷ୍ଟାର୍ କହିଥିଲେ ଯେ ଏହି ଟଙ୍କା ଏବେ ସିନେମା ହଲରେ ଏକ ଥଣ୍ଡା ପାନୀୟର ମୂଲ୍ୟ ସହିତ ସମାନ କି ? ଅମିତାଭ୍ ପ୍ରଶ୍ନ କରିଥିଲେ "ମୋତେ କୁହାଯାଇଛି ଯେ ଆଜିକାଲି ଥିଏଟର ହଲରେ ଏକ ଏରେଟେଡ୍ ଡ୍ରିଙ୍କର ମୂଲ୍ୟ ସେତିକି ... ଏହା କ'ଣ ସତ ?"

Ticket
Ticket Photograph: (Google)

‘ଶୋଲେ’ ସବୁଠାରୁ ଆଇକନିକ୍ ହିନ୍ଦୀ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ, ଯାହା ରମେଶ ସିପ୍ପିଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା ଏବଂ ଏଥିରେ ଅମିତାଭ ବଚ୍ଚନ ଏବଂ ଧର୍ମେନ୍ଦ୍ର ଜୟ ଏବଂ ବୀରୁ ଭୂମିକାରେ ଅଭିନୟ କରିଥିଲେ । ଦୁହେଁ ଜଣେ ପୂର୍ବତନ ପୁଲିସ ଅଧିକାରୀଙ୍କ ଦ୍ୱାରା ଦୁର୍ଦ୍ଦାନ୍ତ ଡାକୁ ଗବ୍ବର ସିଂଙ୍କୁ ଧରିବା ପାଇଁ ନିଯୁକ୍ତ ହୋଇଥିଲେ । ଏହି ଚଳଚ୍ଚିତ୍ର ସେତେବେଳେ ଯେତେ ଚର୍ଚ୍ଚିତ ହୋଇଥିଲା ବର୍ତ୍ତମାନ ମଧ୍ୟ ସେତେ ଲୋକପ୍ରିୟ ହୋଇରହିଛି । ସିନେମାରେ ଅଭିନୟ କରିଥିବା କଳାକାରଙ୍କ ମଧ୍ୟରୁ ଅନେକ ପରିଣତ ବୟସରେ ଉପନିତ ହୋଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ଅଭିନୟ ଜଗତରେ ସକ୍ରିୟ ଅଛନ୍ତି , ଅନ୍ୟ କଳାକାର ଇହଧାମ ତ୍ୟାଗ କଲେଣି ।  

sholay_facts
sholay_facts Photograph: (Google)

 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe