ଆଖି ଭିଜାଇଲା ଅମିତାଭଙ୍କ ପୋଷ୍ଟ, କବିତାରେ ସେନାଙ୍କୁ କଲେ ପ୍ରଶଂସା

ଅପରେସନ୍ ସିନ୍ଦୂରକୁ ନେଇ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଭାବବିହ୍ବଳ ପୋଷ୍ଟ । ଆତଙ୍କବାଦୀଙ୍କ ହମଲାରେ ସିନ୍ଦୂର ହରାଇଥିବା ମହିଳାଙ୍କ ଦୁଃଖ ବଖାଣିଲେ ଅମିତାଭ । ବାପାଙ୍କ କବିତାରେ ସେନାଙ୍କୁ କଲେ ପ୍ରଶଂସା ।

25-Amit

କନକ ବ୍ୟୁରୋ: ଅପରେସନ୍ ସିନ୍ଦୂରକୁ ନେଇ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ପୋଷ୍ଟ । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ ସେୟାର କରି ଅପରେସନ୍ ସିନ୍ଦୂର କାହାଣୀ କବିତା ଆକାରରେ ବଖାଣିଲେ ଅମିତାଭ ବଚ୍ଚନ । ଏପ୍ରିଲ ୨୨ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସିନ୍ଦୂର ହରାଇଥିବା ମହିଳାଙ୍କ ଦୁଃଖ ଆଉ ତାହାର ପ୍ରତିଶୋଧରେ ଅପରେସନ୍ ସିନ୍ଦୂରକୁ ନେଇ ଲେଖିଲେ କବିତା । ନିଜ ବାପାଙ୍କ କବିତା ଦ୍ୱାରା ସେନାର ପ୍ରଶଂସା କଲେ ।

"ଜୟ ହିନ୍ଦ୍‌ ଜୟ ହିନ୍ଦ୍‌ କି ସେନା... ତୁ ନା ଥମେଗା କଭି... ତୁ ନା ମୁଡ଼େଗା କଭି... ତୁ ନା ରୁକେଗା କଭି... କର୍‌ ଶପଥ୍‌, କର୍‌ ଶପଥ୍‌, କର୍‌ ଶପଥ୍‌... ଅଗ୍ନିପଥ୍‌, ଅଗ୍ନିପଥ୍‌, ଅଗ୍ନିପଥ୍‌" ଅମିତାଭ ବଚ୍ଚନଙ୍କ ବାପା ତଥା କବି ହରିବଂଶ ରାୟ ବଚ୍ଚନଙ୍କ ଏହି କବିତା ସଂକଳନ ମାଧ୍ୟମରେ ସେନାର ପ୍ରଶଂସା କରିଛନ୍ତି ଅମିତାଭ ବଚ୍ଚନ । ଭାରତ ଓ ପାକିସ୍ତାନ ମଧ୍ୟରେ ପହଲଗାମ କାଣ୍ଡ ପରେ ଉତ୍ତେଜନା ବୃଦ୍ଧି ପାଇଥିଲା । ଭାରତୀୟ ସେନାର ଅପରେସନ ସିନ୍ଦୂର ବେଳେ ଅନେକ ବଲିଉଡ୍‌ ସେଲିବ୍ରିଟି ଯବାନଙ୍କ ସୁରକ୍ଷା କାମନା କରି ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଥିଲେ । ଏହି କ୍ରମରେ ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ ମଧ୍ୟ ଭାରତୀୟ ସେନା ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ପୋଷ୍ଟ୍‌ ସେୟାର କରିଥିବା ବେଳେ ଏହାକୁ ପଢ଼ି ଭାବବିହ୍ୱଳ ହୋଇଛନ୍ତି ।

ସେପଟେ ସୀମାରେ ଫେରିଛି ଶାନ୍ତି । ଜମ୍ମୁ-କାଶ୍ମୀର, ପଞ୍ଜାବ ସୀମାବର୍ତ୍ତୀ ଅଞ୍ଚଳରେ ଆଉ ଶୁଭିନି ଗୁଳିଗୋଳା ଶବ୍ଦ । ଗତକାଲି ବିଳମ୍ବିତ ରାତିରୁ ଶାନ୍ତିର ବାତାବରଣ ରହିଥିବା ନେଇ ସୂଚନା ମିଳିଛି । ଜମ୍ମୁ, ପୁଞ୍ଛ, ରଜୌରୀ, ଶ୍ରୀନଗର, ପଠାନକୋଟ, ଫିରୋଜପୁର ଆଦି ସ୍ଥାନରେ ସ୍ବାଭାବିକ ସ୍ଥିତି ଦେଖିବାକୁ ମିଳିଛି । ପାକିସ୍ତାନ ପକ୍ଷରୁ କୌଣସି ଡ୍ରୋନ୍‌ ଆକ୍ରମଣ ହୋଇନି । ସାରା ରାତି ବ୍ଲାକ୍‌ଆଉଟ୍ ପରେ ଅମୃତସର ଓ ପଠାନକୋଟରେ ଭୋରରୁ ସରିଲା ବ୍ଲାକ୍‌ଆଉଟ୍ । ତଥାପି ସୀମାବର୍ତ୍ତୀ ଅଞ୍ଚଳକୁ ଆଲର୍ଟରେ ରଖାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe