କନକ ବ୍ୟୁରୋ: କନକ ବ୍ୟୁରୋ: ଝାଡଖଣ୍ଡରେ ଅମିତ ଶାହଙ୍କ ମାରାଥନ ପ୍ରଚାର । କେନ୍ଦ୍ରଗୃହମନ୍ତ୍ରୀ ଆଜି ଝାଡଖଣ୍ଡର ଗିରିଡିହରେ  ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି । ମଂଚରେ ବିରେଧୀ ଦଳନେତା ରାହୁଲ ଗାଦ୍ଧୀଙ୍କୁ ଟାର୍ଗେଟ କଲେ ଅମିତ ଶାହ । ଶାହ କହିଛନ୍ତି ସୋନିଆ ଗାଦ୍ଧୀ ରାହୁଲଙ୍କୁ ରାଜନିତୀ ମଇଦାନକୁ ଓହ୍ଲାଇବାକୁ ବହୁତ ଥର ଚେଷ୍ଟା କରିଛନ୍ତି କିନ୍ତୁ ସୋନିଆଙ୍କ ରାହୁଲ ପ୍ଲେନ କୋଡିଏ ଥର ଫେଲ ମାରିଥିଲା ଏବଂ ପ୍ଲେନ ପୁଣି ଝାରଖଣ୍ଡରେ ୨୧ଥର କ୍ରାସ ହେବାକୁ ଯାଉଛି । ଅମିତ ଶାହାଙ୍କ ବୟାନ ପରେ ଝାଡଖଣ୍ଡରେ ସରଗରମ ହୋଇଛି ରାଜନିତୀ । ରାହୁଲଙ୍କ ପରେ ଝାଡଖଣ୍ଡର ବିକାଶ ଓ ନକ୍ସଲବାଦର କଥା କହିଥିଲେ ଗୃହମନ୍ତ୍ରୀ । ଝାଡଖଣ୍ଡରେ ବିଜେପି ସରକାରକୁ ଆସିଲେ ରାଜ୍ୟରେ ନକ୍ସଲବାଦ ଓ ଅବୈଧ ପ୍ରବେଶ ଉପରେ ସମୂର୍ଣ୍ଣ ରୋକ ଲାଗିବ । ପାଞ୍ଚ ବର୍ଷମଧ୍ୟରେ ଝାଡଖଣ୍ଡକୁ ସମୃଦ୍ଧ ରାଜ୍ୟରେ ପରିଣତ କରାଯିବ । ରାଜ୍ୟରେ ଗରିବୀ ଦୁର ପାଇଁ ଆମ ସରକାର ପ୍ରତିବଦ୍ଦ ଅଛି । ରାଜ୍ୟରେ ଭ୍ରଷ୍ଟାଚାରର ଯାଞ୍ଚ ପାଇଁ ଏସଆଇଟି ଗଠନ କରାଯିବ । ଜେଏମଏମ୍ ଓ କଂଗ୍ରେସ ନେତାଙ୍କ ଦ୍ୱାରା ଲୁଟ କରାଯାଇଥିବା ସରକାରୀ ଅର୍ଥକୁ ଫେରାସ୍ତ ଅଣାଯିବ ବୋଲି ଅମିତ ଶାହା ଜନସଭାରେ କହିଥିଲେ ।