କନକ ବ୍ୟୁରୋ : ପୂର୍ବ ବିଜେଡି ସରକାରକୁ ଅମିତ ଶାହଙ୍କ ଟାର୍ଗେଟ୍ । କହିଲେ ୨ ଦଶକର ଅଭାବ ଆମେ ୫ ବର୍ଷରେ ପୂରଣ କରିବୁ । ଭୁବନେଶ୍ୱରସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ୩ହଜାର ୨୭୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ ଅବସରରେ ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବିଜେଡି ନା ନନେଇ, ଦୁଇ ଦଶକ ହେଲା ପୂର୍ବ ସରକାର ଓଡ଼ିଶା ପାଇଁ କିଛି ବିକାଶ କରିନଥିବା କହି କଟାକ୍ଷ କରିଛନ୍ତି ଶାହ। ଓଡ଼ିଶାର ଲୋକ ବାରମ୍ବାର ଭୋଟ ଦେଇଥିଲେ ମଧ୍ୟ ପୂର୍ବ ସରକାର ଏହାକୁ ଜନତାଙ୍କ ବାଧ୍ୟବାଧକତା ବୋଲି ଭାବିଥିଲେ । ୨୦ ବର୍ଷ ହେଲା ଓଡ଼ିଶାର ବିକାଶ ଠପ୍ ଥିଲା । ଦୁଇ ଦଶକରେ ଯାହା ହୋଇନଥିଲା, ଆମେ ୫ ବର୍ଷରେ ତାହା କରି ଦେଖାଇବୁ ବୋଲି କହିଛନ୍ତି ଶାହ । ଏଥିସହ ପ୍ରତିଶ୍ରୁତି ମୁତାବକ ବଡ଼ମ୍ୱାରେ ଚିନିକଳ ପୁଣି କାର୍ଯ୍ୟକ୍ଷମ ହୋଇଛି, ନୟାଗଡ଼ରେ ମଧ୍ୟ ଚିନିକଳ ଚାଲିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଶାହ ।
ଅଧିକ ପଢନ୍ତୁ : ଔଦ୍ୟୋଗିକ ବିକାଶ ସିଆଇଏସଏଫ୍ ବିନା ଅସମ୍ଭବ : ସିଆଇଏସଏଫର ୫୭ତମ ପ୍ରତିଷ୍ଠା ଦିବସରେ ପ୍ରତିକ୍ରିୟା ରଖିଲେ ଗୃହ ମନ୍ତ୍ରୀ ଅମିତ ଶାହ
ସେପଟେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ବୈଠକ । ଶୁକ୍ରବାର ରାତିରେ ପ୍ରାୟ ଦେଢ ଘଣ୍ଟା ଧରି ଦଳୀୟ କାର୍ଯ୍ୟାଳୟରେ ରୁଦ୍ଧଦ୍ବାର ବୈଠକ ହୋଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ଅନ୍ୟ ନେତା ମନ୍ତ୍ରୀମାନେ ଯୋଗ ଦେଇଥିଲେ । ଏହି କବାଟକିଳା ବୈଠକରେ ଗୁରୁମନ୍ତ୍ର ଦେଇଛନ୍ତି ଶାହ। ସଙ୍ଗଠନ ମଜବୁତ୍ କରିବା ଉପରେ ଆଲୋଚନା ହୋଇଛି । ଲୋକଙ୍କ ସାଙ୍ଗରେ ରୁହନ୍ତୁ, ସେବା କରୁଥାନ୍ତୁ । ଓଡ଼ିଶାକୁ ବହୁ ଆଗକୁ ନେବାର ଅଛି। ତେଣୁ ଉତ୍ସାହର ସହ କାମ କରିବାକୁ କହିଛନ୍ତି ଅମିତ ଶାହ। ଏହାଛଡ଼ା ଦଳୀୟ କାର୍ୟ୍ୟକର୍ତ୍ତାଙ୍କୁ ଟାସ୍କ ଦେଇଛନ୍ତି । ସରକାରୀ କଳ ସହ ବିଜେପିର ପ୍ରତି କାର୍ଯ୍ୟକର୍ତ୍ତା ଯେମିତି ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ମଧ୍ୟ ଭେଟିଛନ୍ତି ଅମିତ୍ ଶାହ। ଦିନିକିଆ ଗସ୍ତ କାର୍ଯ୍ୟକ୍ରମ ଶେଷ କରିବା ପରେ ଦିଲ୍ଲୀ ଫେରିଯାଇଛନ୍ତି ଅମିତ ଶାହ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/07/amit-saha-2026-03-07-07-32-07.jpeg)