ସରକାର ଏବଂ ବିରୋଧୀଙ୍କୁ ଶାହଙ୍କ ପରାମର୍ଶ ; ବାଚସ୍ପତି ପଦର ମର୍ଯ୍ୟାଦା ବଜାୟ ରଖିବା ଉଚିତ

Advertisment

ଶାହ ବାଚସ୍ପତି ପଦର ମର୍ଯ୍ୟାଦା ଓ ସମ୍ମାନ ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ସରକାର ଏବଂ ବିରୋଧୀ ଉଭୟଙ୍କୁ ଏହା ସୁନିଶ୍ଚିତ କରିବା ଆବଶ୍ୟକ ଯେ ଗୃହର କାର୍ଯ୍ୟଧାରା ନିୟମ ଅନୁଯାୟୀ କଡ଼ାକଡ଼ି ଭାବେ ପରିଚାଳିତ ହେଉ ।

ଶାହ ବାଚସ୍ପତି ପଦର ମର୍ଯ୍ୟାଦା ଓ ସମ୍ମାନ ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ସରକାର ଏବଂ ବିରୋଧୀ ଉଭୟଙ୍କୁ ଏହା ସୁନିଶ୍ଚିତ କରିବା ଆବଶ୍ୟକ ଯେ ଗୃହର କାର୍ଯ୍ୟଧାରା ନିୟମ ଅନୁଯାୟୀ କଡ଼ାକଡ଼ି ଭାବେ ପରିଚାଳିତ ହେଉ ।

saha

କନକ ବ୍ୟୁରୋ : କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଆଜି ଦିଲ୍ଲୀରେ ଆୟୋଜିତ 'ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ'କୁ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସେ ବାଚସ୍ପତି ପଦର ମର୍ଯ୍ୟାଦା ଓ ସମ୍ମାନ ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ସରକାର ଏବଂ ବିରୋଧୀ ଉଭୟଙ୍କୁ ଏହା ସୁନିଶ୍ଚିତ କରିବା ଆବଶ୍ୟକ ଯେ ଗୃହର କାର୍ଯ୍ୟଧାରା ନିୟମ ଅନୁଯାୟୀ କଡ଼ାକଡ଼ି ଭାବେ ପରିଚାଳିତ ହେଉ ।

ଗୃହମନ୍ତ୍ରୀ ଚେତାବନୀ ଦେଇ କହିଛନ୍ତି ଯେ ଇତିହାସରେ ଯେତେବେଳେ ବି ବିଧାନସଭାଗୁଡ଼ିକ ନିଜର ମର୍ଯ୍ୟାଦା ହରାଇଛନ୍ତି, ସେମାନଙ୍କୁ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିଛି । ସେ କହିଛନ୍ତି, "ଆମକୁ ଦେଶର ଜନସାଧାରଣଙ୍କ ପ୍ରସଙ୍ଗ ଉଠାଇବା ପାଇଁ ଏକ ନିରପେକ୍ଷ ମଞ୍ଚ ପ୍ରଦାନ କରିବାକୁ ଚେଷ୍ଟା କରିବା ଉଚିତ ।" ଉଭୟ ଶାସକ ଓ ବିରୋଧୀ ଦଳ ନିରପେକ୍ଷ ବିତର୍କରେ ଭାଗ ନେବା ଉଚିତ ବୋଲି ସେ ମତ ଦେଇଥିଲେ । ଏହି ଅବସରରେ ଶାହ ୨୪ ଅଗଷ୍ଟ ୧୯୨୫ରେ କେନ୍ଦ୍ରୀୟ ବିଧାନସଭାର ପ୍ରଥମ ଭାରତୀୟ ବାଚସ୍ପତି ଭାବେ ନିଯୁକ୍ତ ହୋଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀ ବିଠଲଭାଇ ପଟେଲଙ୍କୁ ମନେ ପକାଇଥିଲେ। ସେ କହିଥିଲେ ଯେ ଏହି ଦିନଠାରୁ ହିଁ ଭାରତର ବୈଧାନିକ ଇତିହାସର ଆରମ୍ଭ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe