ଶାହଙ୍କ ପଦିଏ କଥାକୁ ନେଇ ସରଗରମ ରାଜନୀତି; ଉପ-ମୁଖ୍ୟମନ୍ତ୍ରୀଙ୍କୁ ଏମିତି ପ୍ରଶଂସା କାହିଁକି?

Advertisment

ଆସନ୍ତା ୨୦୨୭ରେ ୟୁପିରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଆଉ ଏହାପୂର୍ବରୁ ହିଁ ଫିଲ୍ଡ ପ୍ରସ୍ତୁତ କରିବାକୁ ଲାଗପଡ଼ିଲାଣି ବିଜେପି । ଏହିକ୍ରମରେ ଯେତେବେଳେ ବିଜେପିର ଚାଣକ୍ୟ ୟୁପି ଯାଇଛନ୍ତି, ଆଉ ସେଠାରେ ତାଙ୍କର ଭାଷଣକୁ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ । ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ଏ କି ପ୍ରକାର ସନ୍ଦେଶ ଦେଲେ ଅମିତ ଶାହ?

AMIT SHAH ON UP

AMIT SHAH ON UP Photograph: (KanakNews )

କନକ ବ୍ୟୁରୋ: ରାଜନୀତିରେ କୁହାଯାଏ ‘କଥା ଏକ, ହେଲେ ଅର୍ଥ ଅନେକ’ । ନେତାଙ୍କ ଅନେକ ଭାଷଣ ଭିତରେ ବି, ଛୋଟିଆ କଥାଟିଏ ରାଜନୀତିରେ ଅନେକ ଗୁରୁତ୍ୱ ରଖେ,  ଆଉ ଏହି ଛୋଟିଆ କଥାକୁ ନେଇ ରାଜନୀତି ମଧ୍ୟ ସରଗରମ ହୁଏ । ଆଉ ସେମିତି ଏକ ଛୋଟିଆ କଥାକୁ ନେଇ ସରଗରମ ହୋଇଛି ୟୁପି ରାଜନୀତି । ମଞ୍ଚ ଉପରେ ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହ ୟୁପି ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ବାସ୍ କେବଳ ନିଜର ମିତ୍ର ବୋଲି କହିଦେବା ହିଁ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି ।

ଆସନ୍ତା ୨୦୨୭ରେ ୟୁପିରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଆଉ ଏହାପୂର୍ବରୁ ହିଁ ଫିଲ୍ଡ ପ୍ରସ୍ତୁତ କରିବାକୁ ଲାଗପଡ଼ିଲାଣି ବିଜେପି । ଏହିକ୍ରମରେ ଯେତେବେଳେ ବିଜେପିର ଚାଣକ୍ୟ ୟୁପି ଯାଇଛନ୍ତି, ଆଉ ସେଠାରେ ତାଙ୍କର ଭାଷଣକୁ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ । ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ଏ କି ପ୍ରକାର ସନ୍ଦେଶ ଦେଲେ ଅମିତ ଶାହ?

ଲକ୍ଷ୍ନୌର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଅମିତ ଶାହା ଲୋକଙ୍କୁ ଭାଷଣ ଦେଇଥିଲେ ଏହି ସମୟରେ ସେ କହିଥିଲେ, “ଉତ୍ତର ପ୍ରଦେଶର ଏହି ଐତିହାସିକ କାର୍ଯ୍ୟକ୍ରମରେ ମୋ ସହ ୟୁପିର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ....ଏହାସହ ମୋ ସାଙ୍ଗ ତଥା ୟୁପିର ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଉପସ୍ଥିତ ଅଛନ୍ତି....”। ବାସ୍ ଶାହଙ୍କ ଏହି ପଦିଏ କିଛି କଥା ହିଁ, ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ଶାହଙ୍କ ଏହି ‘ମିତ୍ର’ ସମ୍ବୋଧନକୁ ନେଇ ସମସ୍ତେ ନିଜ ନିଜ ଢଙ୍ଗରେ ନେଇ ଚର୍ଚ୍ଚା କରୁଥିବାବେଳେ, ଶାହ ମଞ୍ଚ ଉପରୁ ଏମିତି କହିବା ପଛର କାରଣ କଣ ସେନେଇ ମଧ୍ୟ ଆରମ୍ଭ ହୋଇଛି ଆଲୋଚନା ।

yogi
yogi Photograph: (google)

ଯୋଗୀଙ୍କ ପାଇଁ କି ସନ୍ଦେଶ?

ଶାହଙ୍କ ଏହି କେଇ ପଦ କଥା ଯୋଗୀଙ୍କ ପାଇଁ ସନ୍ଦେଶ ନୁହେଁ ତ? ଆଉ କାହିଁକି ଯୋଗୀଙ୍କୁ ଏମିତି ସନ୍ଦେଶ ଦେବାକୁ ଚାହୁଛନ୍ତି ବିଜେପି ଚାଣକ୍ୟ? ରାଜନୀତିର ଗଣିତରେ ଯୋଗୀ ଯେତିକି ଫେଲ୍, ସେତିକି ପାସ୍ । ୨୦୧୭ରେ ସେ ଯାହା କରିଥିଲେ, ୨୦୨୪ରେ ମଧ୍ୟ ତାହା କରିଦେଖାଇଲେ । ଅଯୋଧ୍ୟାରେ ସିନା ହାରିଥିଲେ, ହେଲେ ଏହାର ଜବାବରେ ମିଲ୍କୀପୁର ଜିତିଥିଲେ । ହେଲେ ତା ସତ୍ତ୍ୱେ ବି, ଏମିତି କଥା କଣ ପାଇଁ ତାକୁ ନେଇ ଚର୍ଚ୍ଚା ବଢ଼ିଛି । ତେବେ ନିଜର ସମ୍ବୋଧନରେ ଶାହ ଯୋଗୀଙ୍କୁ ଗୁରୁତ୍ୱ ଦେଇଥିଲେ ବି, କେଶବ ପ୍ରସାଦଙ୍କୁ ଉପ-ମୁଖ୍ୟମନ୍ତ୍ରୀ ତୁଳନାରେ ସାମାନ୍ୟ ଅଧିକ ଗୁରୁତ୍ୱ ଦେଇଛନ୍ତି ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ କରୁଛନ୍ତି ।

କେଶବ ପ୍ରସାଦ ମୌର୍ଯ୍ୟଙ୍କ ପାଇଁ କି ସନ୍ଦେଶ?

୨୦୧୭ରେ ଯେତେବେଳେ ୟୁପିରେ ବିଜେପି ସତ୍ତାକୁ ଫେରିଥିଲା, ସେତେବେଳେ କମାଣ କେଶ ପ୍ରସାଦ ମୌର୍ଯ୍ୟଙ୍କ ହାତରେ ଥିଲା । ୨୦୧୬ରୁ ସେ ବିଜେପିର ପ୍ରଦେଶ ଅଧ୍ୟକ୍ଷ ଥିଲେ, ଆଉ ମୁଖ୍ୟମନ୍ତ୍ରୀ ପଦ ପାଇଁ ମଧ୍ୟ ପ୍ରବଳ ଦାବିଦାର ଥିଲେ । ଏମିତି କି, ଲୋକସଭା ନିର୍ବାଚନ ପରେ ଯୋଗୀଙ୍କୁ ହଟାଇ, ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦିଆଯାଇପାରେ ବୋଲି ମଧ୍ୟ କିଛି କିଛି ଚର୍ଚ୍ଚା ହେଉଥିଲା । ତେବେ ଏ ଚର୍ଚ୍ଚା କିନ୍ତୁ ସେମିତି ଚର୍ଚ୍ଚାରେ ରହିଯାଇଛି ।

केशव प्रसाद मौर्य अचानक योगी आदित्यनाथ की प्रशंसा क्यों करने लगे - BBC News  हिंदी

ବର୍ତ୍ତମାନ ଯୋଗୀ କେବଳ ୟୁପିରେ ନୁହେଁ ବରଂ ସାରା ଦେଶରେ ହିନ୍ଦୁଙ୍କର ଜଣେ ବ୍ରାଣ୍ଡ ନେତା ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ଦେଶରେ ଯେମିତି ମୋଦୀଙ୍କ ଜଲଓ୍ୱା ରହିଛି, ୟୁପିରେ ମଧ୍ୟ ସେମିତି ଯୋଗୀଙ୍କ ଜଲଓ୍ୱା ରହିଛି । ତେଣୁ ଏମିତି ପରିସ୍ଥିତିରେ ଯୋଗୀଙ୍କୁ ହଟାଇ, ଦେଶର ସବୁଠୁ ବଡ଼ ରାଜ୍ୟରେ ରିସ୍କ ନେବନି ବିଜେପି । ତେଣୁ ଶାହଙ୍କ ଏ ବୟାନରେ ମୌର୍ଯ୍ୟଙ୍କ ଅନୁଗାମୀମାନେ ଅତି ଖୁସି ହେବା ଉଚିତ ନୁହେଁ ବୋଲି ରାଜନୈତିକ ପଣ୍ଡିତମାନେ କହିବା ଆରମ୍ଭ କଲେଣି ।

କହିବାକୁ ଗଲେ ଶାହଙ୍କ ଏହି ବୟାନ କେବଳ ଶାସକ ବିଜେପି ନୁହେଁ ବରଂ ବିରୋଧୀଙ୍କ ପାଇଁ ମଧ୍ୟ ଆଲୋଚନାର ବିଷୟ ପାଲଟିଛି । ଏହି ଗୋଟିଏ ଇଙ୍ଗିତରେ ଅଖିଳେଶଙ୍କୁ ବଡ଼ ସନ୍ଦେଶ ଦେଇଛନ୍ତି ଶାହ । ଆଗକୁ ନିର୍ବାଚନ ଅଛି, ତେଣୁ ଅଖିଳେଶଙ୍କୁ କେବଳ ଯୋଗୀଙ୍କ ସହ ନୁହେଁ ବରଂ କେଶବ ପ୍ରସାଦ ମୌର୍ଯ୍ୟଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ରେସରେ ଲଢ଼ିବାକୁ ହେବ । ଏହାସହ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ସମାଜବାଦୀ ପାର୍ଟିକୁ ଯିବାକୁ ଅଖିଳେଶ ଅନେକ ସମୟରେ ଯେଉଁ ଖୋଲା ଅଫର୍ ଦେଉଥିଲେ, ସେ ସମ୍ପର୍କରେ ଅଖିଳେଶଙ୍କୁ ଭାବିବାକୁ ବାଧ୍ୟ କରିଦେଇଛନ୍ତି ଶାହ । ତେଣୁ ଏବେ ଦେଖିବାକୁ ବାକି ରହିଲା, ଶାହଙ୍କ ଏ ବୟାନ ୟୁପି ରାଜନୀତିରେ କେଉଁ ମୋଡ଼ ନେଉଛି? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe