କନକ ବ୍ୟୁରୋ: ହରିୟାଣା ବିଧାୟକ ଦଳ ନେତା ନିର୍ବାଚନ ପାଇଁ ବିଜେପି ସଂସଦୀୟ ବୋର୍ଡ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି। ୧୬ରେ ହେବ ବିଧାୟକଦଳ ବୈଠକ ବସିବ। ନିକଟରେ ଶେଷ ହୋଇଥିବା ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି କ୍ରମାଗତ ତୃତୀୟ ଥର ପାଇଁ ବିଜୟୀ ହୋଇଛି। ୯୦ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୪୮ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୩୭ଟି ଆସନରେ ବିଜୟୀ ହୋଇଛି। ହରିୟାଣାରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନାୟାବ ସିଂ ସାଇନି ପୁଣି ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି । ତେବେ ବରିଷ୍ଠ ନେତା ଅନୀଲ ଭିଜ୍ ମଧ୍ୟ ମୁଖ୍ୟମନ୍ତ୍ରୀ ହେବାନେଇ ଆଶାୟୀ ଅଛନ୍ତି । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗଙ୍କୁ ସଂସଦୀୟ ବୋର୍ଡ ଜମ୍ମୁ-କଶ୍ମୀରରେ ବିଧାୟକ ଦଳର ନେତା ଚୟନ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି। ହରିୟାଣାରେ ଜମ୍ମୁ-କଶ୍ମୀର ସହ ଏକାସାଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଜମ୍ମୁ-କଶ୍ମୀରରେ ନ୍ୟାସନାଲ କନଫରେନ୍ସ ମେଣ୍ଟ ୪୨ଟି ଆସନରେ ବିଜୟୀ ହୋଇ ଏକକ ବୃହତ୍ତମ ଦଳ ଭାବେ ଉଭା ହୋଇଛି। ଜମ୍ମୁ-କଶ୍ମୀରରେ ବିଜେପି ୨୯ଟି ଆସନରେ ବିଜୟୀ ହୋଇଛି।
ହରିୟାଣା ପାଇଁ ଅମିତ ଶାହା ପର୍ଯ୍ୟବେକ୍ଷକ: ବାଛିବେ ବିଧାୟକ ଦଳ ନେତା
ହରିୟାଣା ବିଧାୟକ ଦଳ ନେତା ନିର୍ବାଚନ ପାଇଁ ବିଜେପି ସଂସଦୀୟ ବୋର୍ଡ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି।
/kanak/media/media_files/QLVYDY9J6voDulDXTUOD.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)