କନକ ବ୍ୟୁରୋ : ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଡିଜିପି ସମ୍ମିଳନୀରେ ସାମିଲ ହେବେ ଅମିତ ଶାହ । ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଆସି ପହଞ୍ଚିଲେ ଅମିତ ଶାହ । ଆଜି ଡିଜିପି ସମ୍ମିଳନୀକୁ ଉଦଘାଟନ କରିବେ ଶାହ ।
ଶାହଙ୍କ କିଛି ସମୟ ପୂର୍ବରୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଏନଏସଏ ଅଜିତ ଡୋଭାଲ । ବିମାନବନ୍ଦରରେ ସ୍ୱାଗତ କଲେ ପୋଲିସ ଡିଜି । ଓଡ଼ିଶାରେ ଆୟୋଜିତ ଡିଜିପି ସମ୍ମିଳନୀରେ ସାମିଲ ହେବେ ଡୋଭାଲ ।
ଆଜିଠୁ ଭୁବନେଶ୍ୱରରେ ୫୯ ତମ ଡିଜି-ଆଇଜି ସମ୍ମିଳନୀ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ସାମିଲ ହେବେ । ତିନି ଦିନ ଧରି ଭାରତର ସୁରକ୍ଷା ବ୍ୟବସ୍ଥା ଉପରେ ଡିଜିପି ସମ୍ମିଳନୀରେ ଚର୍ଚ୍ଚା ଓ ଆଲୋଚନା ହେବ । କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ସମସ୍ତ ରାଜ୍ୟର ଡିଜି ଆଇଜିପି ଓ ବିଭିନ୍ନ ସୁରକ୍ଷା ବଳର ମୁଖ୍ୟ ।
ଗୃହମନ୍ତ୍ରୀ ଅମିତ ଶାହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ଲୋକସେବା ଭବନ କନ୍ଭେନସନ୍ ହଲକୁ ଯିବେ । ସେଠାରେ ଡିଜି-ଆଇଜିପି ସମ୍ମିଳନୀକୁ ଉଦ୍ଘାଟନ କରିବେ । ରାତି ୮ଟା ପର୍ଯ୍ୟନ୍ତ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରାଯିବ । ବୈଠକ ସରିବା ପରେ ଅମିତ ଶାହ ଆଇପିଏସ୍ ମେସ୍କୁ ଯାଇ ରାତ୍ରିଯାପନ କରିବେ ବୋଲି ସୂଚନା ମିଳିଛି ।