କନକ ବ୍ୟୁରୋ: ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା କାହିଁକି ଦେଲେ ? ଏପର୍ଯ୍ୟନ୍ତ ଏହି ପ୍ରଶ୍ନ ରାଜନୈତିକ ମହଲରେ ଘୁରୁବୁଲିଛି । କେହି କଳାସ ଲଗାଇପାରୁ ନାହାଁନ୍ତି ଯେ କଣ ପାଇଁ ଧନଖଡ଼ ଇସ୍ତଫା ଦେଲେ ? ଏନେଇ କେନ୍ଦ୍ରୟ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି । ଧନଖଡ଼ ଇସ୍ତଫା ଦେବାର କାରଣ କହିଛନ୍ତି ଶାହ ।
ଶାହ ସ୍ପଷ୍ଟ କରିଛନ୍ତି ଯେ ଧନଖଡ଼ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି । ANIକୁ ସାକ୍ଷାତକାର ଦେଇ ଶାହ କହିଛନ୍ତି 'ଜଗଦୀପ ଧନଖଡ ଜୀ ଏକ ସାମ୍ବିଧାନିକ ପଦବୀରେ ଥିଲେ ଏବଂ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ସମ୍ବିଧାନ ଅନୁଯାୟୀ ଭଲ କାମ କରିଥିଲେ। ସେ ତାଙ୍କର ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଇସ୍ତଫା ଦେଇଛନ୍ତି । କେହି ଏହାକୁ ଅଧିକ ଟାଣି କିଛି ଗୁଜବ ସୃଷ୍ଟି କରିବା ଉଚିତ୍ ନୁହେଁ ବୋଲି ଶାହ କହିଥିଲେ ।