କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏରେ ଆସନ ବଣ୍ଟନ ପରେ ବିଜେପି ଓ ଜେଡିୟୁ ଭାଗରେ ପଡ଼ିଥିବା ୧୦୧- ୧୦୧ ଆସନ ପାଇଁ ଦୁଇଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ଏକ୍ଷେତ୍ରରେ ମହାମେଣ୍ଟ ଅପେକ୍ଷା ଆଗୁଆ ରହିଛି ଏନଡିଏ । କିନ୍ତୁ ଏନଡିଏର କିଛି ଅଂଶୀଦାର ଦଳଙ୍କ ମଧ୍ୟରେ ଆସନ ବଣ୍ଟନ ନେଇ ଅସନ୍ତୋଷ ଦେଖାଦେଇଛି । ଏହାର ସହମତି ଭିତ୍ତିକ ସମାଧାନ ପାଇଁ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ସଂଧ୍ୟାରେ ବିହାର ଯାଉଛନ୍ତି । ଆଜିଠାରୁ ତିନିଦିନିଆ ବିହାର ଗସ୍ତରେ ଯାଉଛନ୍ତି ଅମିତ ଶାହ । ସେ ଏନଡିଏ ଏବଂ ବିଜେପି ନେତାମାନଙ୍କ ବୈଠକରେ ଯୋଗଦେବା ସହ କିଛି ନିର୍ବାଚନୀ ସଭାରେ ମଧ୍ୟ ଯୋଗଦବେ । ଶୁକ୍ରବାର  ଅମିତ ଶାହ ସାରଣ ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନୀ ସଭାରେ ଯୋଗଦେବେ। ଏନଡିଏ ଏବଂ ବିଜେପି ନେତାଙ୍କ ସହ ଆଲୋଚନା ପରେ ଅମିତ ଶାହ ୧୮ ତାରିଖରେ ଦିଲ୍ଲୀ ଫେରିଯିବେ ।  

Advertisment

ବିହାର ନିର୍ବାଚନୀ ତାତି
ଆସନ ବଣ୍ଟନରେ ଏନଡିଏ ଆଗୁଆ
ବିଜେପି ଓ ଜେଡିୟୁ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି
ଏନଡିଏର କିଛି ଅଂଶୀଦାର ଦଳଙ୍କ ମଧ୍ୟରେ ଅସନ୍ତୋଷ
ସମାଧାନ ପାଇଁ ଆଜି ବିହାର ଯିବେ ଅମିତ ଶାହ
ଏନଡିଏ ଓ ବିଜେପି ନେତାଙ୍କ ସହ ବୈଠକ କରିବେ ଶାହ
ନିର୍ବାଚନୀ ସଭାରେ ମଧ୍ୟ ଯୋଗଦେବାର କାର୍ୟ୍ୟକ୍ରମ

ସେପଟେ ଦିଲ୍ଲୀରେ ଏନଡିଏ ମେଣ୍ଟ ସୋହଯୋଗୀଙ୍କ ଡେରା । ଦିଲ୍ଲୀରେ ଥାଇ ଅନେକ ନେତା ତାଙ୍କ ପସନ୍ଦର ପ୍ରାର୍ଥୀଙ୍କୁ ଟିକେଟ୍ ବାଣ୍ଟିଛନ୍ତି । ଏହାରି ଭିତରେ ସବୁଠୁ ଆଗରେ ଅଛନ୍ତି ଆରଏଲଡି ନେତା ତଥା କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ 
ଦିଲ୍ଲୀରେ ଚିରାଗଙ୍କ ଡେରା !
ଦିଲ୍ଲୀରେ ଟିକେଟ୍‌ ବାଣ୍ଟିଲେ ଚିରାଗ
ଦିଲ୍ଲୀରେ ପ୍ରାର୍ଥୀଙ୍କୁ ଡାକି ଟିକେଟ୍‌ ପ୍ରଦାନ
ଦିଲ୍ଲୀରୁ ଜାରି କଲେ ପ୍ରଥମ ପ୍ରାର୍ଥୀ ତାଲିକା
ଚିରାଗ ଜେଡିୟୁ ପାଇଥିବା କିଛି ଆସନ ଦାବି କରୁଛନ୍ତି