କନକ ବ୍ୟୁରୋ: ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଅମିତ ମାଲବୀୟ କଂଗ୍ରେସ ଏବଂ କଂଗ୍ରେସ ନେତାଙ୍କ ବିରୋଧରେ ଆଣିଛନ୍ତି ଗମ୍ଭୀର ଅଭିଯୋଗ । ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରି ସେ ଦାବି କରିଛନ୍ତି ଯେ, କଂଗ୍ରେସ ମୁଖପାତ୍ର ପବନ ଖେଡାଙ୍କ ପାଖରେ ଦୁଇଟି ଭୋଟର ଆଇଡି କାର୍ଡ ରହିଛି । ଯାହାକି ନିୟମର ଉଲ୍ଲଙ୍ଘନ ଅଟେ ।

Advertisment

ମାଲବୀୟ ଆହୁରି ମଧ୍ୟ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଲଗାତାର ଭୋଟ୍ ଚୋରି ହେବା ନେଇ କହୁଛନ୍ତି । ହେଲେ ବାସ୍ତବିକ କଥା ହେଉଛି, କଂଗ୍ରେସର ନେତା ନିଜେ ନିୟମ ଭାଙ୍ଗୁଛନ୍ତି । ଏହାସହ ସେ ସୋନିଆ ଗାନ୍ଧୀଙ୍କୁ ଟାର୍ଗେଟ୍ ମଧ୍ୟ କରିଛନ୍ତି । ଭାରତୀୟ ନାଗରିକ ହେବା ପୂର୍ବରୁ ତାଙ୍କ ନାଁ ବାରତର ଭୋଟର ଲିଷ୍ଟରେ ଥିଲା ବୋଲି ସେ କହିଛନ୍ତି । ତେବେ ଅମିତ ମାଲବୀୟଙ୍କ ଏପରି ଅଭିଯୋଗ ପରେ ପବନ ଖେଡ଼ା ମଧ୍ୟ ସୋସିଆଲ୍ ମିଡିଆରେ ଭିଡିଓ ସେୟାର କରିବା ସହିତ ଏହାର ପ୍ରତିକ୍ରିୟା ରଖିଛନ୍ତି ।

ପବନ ଖେଡା ଅମିତ ମାଲବୀୟଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, କଂଗ୍ରେସ ନିର୍ବାଚନ ଆୟୋଗଙ୍କ କାମ ଉପରେ ପ୍ରଶ୍ନ ଉଠାଉଛି । ହେଲେ ତାଙ୍କ ଜାଗାରେ ନୂଆଦିଲ୍ଲୀ ବିଧାନସଭା କ୍ଷେତ୍ରରୁ କିଏ ଭୋଟ୍ ଦେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହିତ କିଏ ଏହି ବିଧାନସଭା କ୍ଷେତ୍ରରୁ ଭୋଟ୍ ଦେଉଛନ୍ତି, ତାର ସିସିଟିଭ୍ ଫୁଟେଜ୍ ଚେକ୍ କରିବାକୁ ପବନ ଖେଡ଼ା ଦାବି କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ୨୦୧୬ରୁ ସିଫ୍ଚ ହୋଇସାରିଲେଣି । ନୂଆଦିଲ୍ଲୀ ଆସନରୁ ତାଙ୍କ ନାଁ କାଟିବା ନେଇ ସେ ସମସ୍ତ କାମ କରିଥିଲେ । ହେଲେ ତାଙ୍କ ଜାଗାରେ ଏବେ କିଏ ସେଠାରୁ ଭୋଟ୍ ଦେଉଛି ବୋଲି ପବନ ଖେଡ଼ା ପ୍ରଶ୍ନ ଉଠାଇଛନ୍ତି ।

ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର, ପ୍ରଦୀପ ଭଣ୍ଡାରି କହିଛନ୍ତି ଗତ କିଛି ଦିନ ହେଲା ରାହୁଲ ଗାନ୍ଧୀ ଦେଶର କୋଣ ଅନୁକୋଣ ବୁଲିବା ସହିତ ସାଧାରଣ ନାଗରିକମାନେ ମିଛୁଆ ଏବଂ ଚୋର ବୋଲି କହୁଛନ୍ତି । ହେଲେ ଅନ୍ୟପଟେ କିନ୍ତୁ କଂଗ୍ରେସ ଦଳର ନେତାମାନେ ନିଜ ପାଖରେ ଦୁଇ ଦୁଇଟି ଭୋଟର ଆଇଡି କାର୍ଡ ରଖୁଛନ୍ତି । ରାହୁଲ ଗାନ୍ଧୀଙ୍କ ନିକଟତମ ଲୋକମାନେ ଭୋଟ୍ ହେରାଫେରି କରୁଛନ୍ତି ବୋଲି ସେ କହିଛନ୍ତି ।