କନକ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଆମେରିକା ଇରାନ୍ ବିରୋଧରେ ସମ୍ପୂର୍ଣ୍ଣ ଯୁଦ୍ଧ ଘୋଷଣା କରିଛି । ଆଜି ରାତିରେ ଇରାନ ଉପରେ ହୋଇପାରେ ସବୁଠୁ ବଡ ଆକ୍ରମଣ । ଆମେରିକାର ଏହି ବୟାନ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଏହାକୁ ସବୁଠାରୁ ବଡ଼ ସାମରିକ ଅଭିଯାନ ଭାବରେ ବର୍ଣ୍ଣନା କରାଯାଉଛି ।  ଆମେରିକାର ସେନାର ପ୍ରାଥମିକ ଲକ୍ଷ୍ୟ ହେଉଛି ଇରାନର କ୍ଷେପଣାସ୍ତ୍ର ଶକ୍ତିକୁ ନଷ୍ଟ କରିବା । ଆମେରିକା ଆଜି ରାତିରେ ଇରାନର କ୍ଷେପଣାସ୍ତ୍ର ଲଞ୍ଚର ଓ କାରଖାନାଗୁଡ଼ିକୁ ଟାର୍ଗେଟ କରିବ ।

Advertisment

ଅଧିକ ପଢନ୍ତୁ: ମାର୍ଚ୍ଚ ୧୨ରେ ବନ୍ଦ ହେବ କି ଯୁଦ୍ଧ? ଟ୍ରମ୍ପଙ୍କ ଗୋଟିଏ ପୋଷ୍ଟ୍ ବଢ଼ାଇଲା ଚର୍ଚ୍ଚା...

ଏହି ବ୍ୟବସ୍ଥା ଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ କ୍ଷତି ପହଞ୍ଚାଇବା ଦ୍ୱାରା ପ୍ରତିଶୋଧ ନେବା ପାଇଁ ଇରାନର ସାମରିକ କ୍ଷମତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ । କିଛି ସମୟ ପୂର୍ବରୁ ଇରାନ ପଡୋଶୀ ଦେଶ ଉପରେ ଆକ୍ରମଣ କରିଥିବାରୁ ଅନୁତାପ କରିଥିଲା । ଆଉ ବିନା କାରଣରେ କୌଣସି ଆକ୍ରମଣ କରିବ ନାହିଁ ବୋଲି କହିଥିଲେ । ଇରାନ ସରକାରଙ୍କ ପକ୍ଷରୁ ଏଭଳି ବୟାନର କିଛି ସମୟ ପରେ ଜୋର୍ଡାନ ଉପରେ ହମଲା କରିଥିଲେ ଇରାନ୍ ସେନା । ସେଠାରେ ଥିବା ଆମେରିକାର କ୍ୟାମ୍ପକୁ ନଷ୍ଟ କରି ଦେଇଛି ଇରାନ୍ । ଯାହାକୁ ନେଇ କ୍ଷୁବ୍ଧ ହୋଇଛି ଆମେରିକା ।