କନକ ବ୍ୟୁରୋ: ରାଜସ୍ଥାନ ଟୋଙ୍କରେ ଉପନିର୍ବାଚନ ସମୟରେ ଏସଡିଏମଙ୍କୁ ଚାପୁଡା ମାରିବା ଘଟଣା । ଗିରଫ ହେଲେ ସ୍ବାଧୀନ ବିଧାୟକ ପ୍ରାର୍ଥୀ ନରେଶ ମୀଣା । ସମର୍ଥକଙ୍କ ପ୍ରବଳ ବିରୋଧ ସତ୍ତ୍ବେ ନରେଶ ମୀଣାଙ୍କ ଗାଁକୁ ଯାଇ ତାଙ୍କୁ ଗିରଫ କରିଛି ପୁଲିସ୍ । ବୁଧବାରର ଘଟଣା ପରେ ରାଜସ୍ଥାନ ଟୋଙ୍କରେ ହିଂସାତ୍ମକ ପରିସ୍ଥିତି ଦେଖିବାକୁ ମିଳିଛି । 

Advertisment

ରାଜସ୍ଥାନ ଟୋଙ୍କରେ ଉପନିର୍ବାଚନ ସମୟରେ ଏସଡିଏମଙ୍କୁ ଚାପୁଡା ମାରିବା ଘଟଣା । ଗିରଫ ହେଲେ ସ୍ବାଧୀନ ବିଧାୟକ ପ୍ରାର୍ଥୀ ନରେଶ ମୀଣା । ସମର୍ଥକଙ୍କ ପ୍ରବଳ ବିରୋଧ ସତ୍ତ୍ବେ ନରେଶ ମୀଣାଙ୍କ ଗାଁ ସମ୍ମରଭଟ୍ଟାକୁ ଯାଇ ତାଙ୍କୁ ଗିରଫ କରିଛି ପୁଲିସ୍ । ଗିରଫ ପରେ ସ୍ଥାନୀୟ ଅଞ୍ଚଳରେ ସ୍ଥିତି ଆହୁରି ବିଗିଡ଼ିଛି, ମୀଣାଙ୍କୁ ଗିରଫ କରି ନେଉଥିବା ବେଳେ ରାଜରାସ୍ତାରେ ସମର୍ଥକ ଓ ପୁଲିସ କର୍ମୀ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ବୁଧବାରର ଘଟଣା ପରେ ରାଜସ୍ଥାନ ଟୋଙ୍କରେ ହିଂସାତ୍ମକ ପରିସ୍ଥିତି ଦେଖିବାକୁ ମିଳିଛି । ଆନ୍ଦୋଳନକାରୀ ମାନେ ବିଭିନ୍ନ ସ୍ଥାନରେ ଜଳାପୋଡ଼ା କରିବା ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି । ପ୍ରାୟ ୧୦୦ରୁ ଅଧିକ ଗାଡ଼ି ଜାଳିଦେଇଛନ୍ତି ଆନ୍ଦୋଳନକାରୀ । 
 

ନିର୍ବାଚନୀ ହିଂସାକୁ ନେଇ ତେଜିଲା ରାଜନୀତି
ସରକାରଙ୍କୁ ଘେରିଲେ ବିରୋଧୀ 

ରାଜସ୍ଥାନର ଦେଓଲି-ଉନିଆରା ଉପ-ନିର୍ବାଚନର ସ୍ବାଧୀନ ପ୍ରାର୍ଥୀ ନରେଶ ମୀନା ବୁଧବାର ମତଦାନ ସମୟରେ ଏସଡିଏମ ଅମିତ ଚୌଧୁରୀଙ୍କୁ ଚାପୁଡ଼ା ମାରିଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହୋଇଥିଲା। ନିର୍ବାଚନ ୟ ଚିହ୍ନ ଇଭିଏମ୍‌ରେ ଦୃଶ୍ୟମାନ ହେଉନଥିବା ନେଇ ନରେଶ ଅଭିଯୋଗ ଆଣିଥିଲେ। ସେପଟେ ଏଭଳି ହିଂସାକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । 


ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ୍ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଭଜନଲାଲ ସରକାରଙ୍କୁ ଅପାରଗତାକୁ ସେ ଦାୟୀ କରିଛନ୍ତି । ହିଂସା ଏଡ଼ାଇବାକୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ହିଂସାକାରୀଙ୍କୁ ଗିରଫ କରାଯାଇଛି। ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।