କନକ ବ୍ୟୁରୋ : ହିମାଚଳ ପ୍ରଦେଶରେ ପ୍ରକୃତି ରଚୁଛି ତାଣ୍ଡବ । ବର୍ଷା, ବନ୍ୟା ଓ ଭୂସ୍ଖଳନରେ କାନ୍ଦୁଛି ପାହାଡ଼ ରାଣୀ । ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ସମୟ ଥାଉ ଥାଉ ରାଜ୍ୟ ଓ କେନ୍ଦ୍ର ସରକାର କୌଣସି ଉଚିତ ପଦକ୍ଷେପ ଗ୍ରହଣ ନକଲେ ଓ ପ୍ରକୃତିକୁ ରକ୍ଷା କରିବାକୁ ଚେଷ୍ଟା ନକଲେ, କିଛି ବର୍ଷ ପରେ ହିମାଚଳ ପ୍ରଦେଶ ଭାରତର ନକ୍ସାରୁ ହଜିଯିବ ବୋଲି କୋର୍ଟ ଟିପ୍ପଣୀ ଦେଇଛନ୍ତି । ବିଚାରପତି ଜଷ୍ଟିସ ଜେ.ବି ପାରଦିୱାଲା ଏବଂ ଜଷ୍ଟିସ ଆର. ମହାଦେବନଙ୍କ ଖଣ୍ଡପୀଠ କହିଛନ୍ତି, ବିନାଶର ଦ୍ବାରଦେଶରେ ହିମାଚଳପ୍ରଦେଶ । ହିମାଚଳ ପ୍ରଦେଶ ସରକାରଙ୍କୁ ନୋଟିସ ପଠାଇ ୪ ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି ଅଦାଲତ
ପ୍ରକୃତିର ତାଣ୍ଡବ ଭିତରେ ବିନାଶର ଦ୍ୱାରଦେଶରେ ହିମାଚଳ, ସମୟ ଥାଉ ଥାଉ ସୁରକ୍ଷା ଦେବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ
ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ସମୟ ଥାଉ ଥାଉ ରାଜ୍ୟ ଓ କେନ୍ଦ୍ର ସରକାର କୌଣସି ଉଚିତ ପଦକ୍ଷେପ ଗ୍ରହଣ ନକଲେ ଓ ପ୍ରକୃତିକୁ ରକ୍ଷା କରିବାକୁ ଚେଷ୍ଟା ନକଲେ, କିଛି ବର୍ଷ ପରେ ହିମାଚଳ ପ୍ରଦେଶ ଭାରତର ନକ୍ସାରୁ ହଜିଯିବ ବୋଲି କୋର୍ଟ ଟିପ୍ପଣୀ ଦେଇଛନ୍ତି
/kanak/media/media_files/2025/08/02/56-2025-08-02-21-29-17.jpg)