କନକ ବ୍ୟୁରୋ : ବଢିଲା କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସୁରକ୍ଷା। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ତାଙ୍କ ଜେଡ୍ ସୁରକ୍ଷା ବିବରଣୀରେ ଏବେ ବୁଲେଟପ୍ରୁଫ୍ କାର ସହ ଅଧିକ ଯବାନଙ୍କୁ ସାମିଲ କରାଯାଇଛି । ଦିଲ୍ଲୀ ସ୍ଥିତ ସରକାରୀ ବାସଭବନ ଚାରିପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଅପରେସନ ସିନ୍ଦୂର ଯୋଗୁଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଜେଡ୍ କାଟାଗୋରୀ ସୁରକ୍ଷା ପାଇ ଆସୁଛନ୍ତି ବୈଦେଶିକ ମନ୍ତ୍ରୀ। ଏହି ସୁରକ୍ଷା ବ୍ୟବସ୍ଥାରେ ୩୩ଜଣ କମାଣ୍ଡୋ ନିୟୋଜିତ ରହିଥାନ୍ତି । ଏହି ଏହି ସୁରକ୍ଷା ପ୍ରକ୍ରିୟାରେ ବୁଲେଟପ୍ରୁଫ୍ କାରକୁ ମଧ୍ୟ ସାମିଲ କରାଯାଇଛି। ଦେଶରେ ଜେଡ୍ ବର୍ଗର ସୁରକ୍ଷା ହେଉଛି ବିପଦର ସମ୍ମୁଖୀନ ହେଉଥିବା ଲୋକଙ୍କୁ ପ୍ରଦାନ କରାଯାଇଥିବା ସର୍ବୋଚ୍ଚ ସୁରକ୍ଷା ସ୍ତର ମଧ୍ୟରୁ ଗୋଟିଏ। ଏଥିରେ ଅତି କମରେ ୨୨ଜଣ ସୁରକ୍ଷା କର୍ମୀ ସାମିଲ ଅଛନ୍ତି । ଗୁଇନ୍ଦା ସଂସ୍ଥାଗୁଡ଼ିକ ବିପଦର ମୂଲ୍ୟାଙ୍କନ କରିବା ପରେ ଏହି ସୁରକ୍ଷା ପ୍ରଦାନ କରନ୍ତି। ଏହି ବର୍ଗର ସୁରକ୍ଷାରେ ଅତି କମରେ ୪ରୁ ୬ ଜଣ ଏନଏସଜି କମାଣ୍ଡୋ ଏବଂ ପୋଲିସ କର୍ମଚାରୀ ଅନ୍ତର୍ଭୁକ୍ତ । ଜେଡ୍ ବର୍ଗର ସୁରକ୍ଷାରେ ଏସ୍କର୍ଟ ଯାନ ମଧ୍ୟ ଅନ୍ତର୍ଭୁକ୍ତ । ସାଧାରଣତଃ, ଏହି ସୁରକ୍ଷା ସେହି ଭିଭିଆଇପି ମାନଙ୍କୁ ଦିଆଯାଏ ଯେଉଁମାନେ ନିଜ ପଦବୀ ଏବଂ ପରିସ୍ଥିତି ଯୋଗୁଁ ଅଧିକ ବିପଦରେ ଥାଆନ୍ତି ।
ଭାରତ-ପାକ୍ ଯୁଦ୍ଧ ଭିତରେ ଗୃହ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି । ବଢିଲା ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସୁରକ୍ଷା
ଦିଲ୍ଲୀ ସ୍ଥିତ ସରକାରୀ ବାସଭବନ ଚାରିପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଅପରେସନ ସିନ୍ଦୂର ଯୋଗୁଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଜେଡ୍ କାଟାଗୋରୀ ସୁରକ୍ଷା ପାଇ ଆସୁଛନ୍ତି ବୈଦେଶିକ ମନ୍ତ୍ରୀ। ଏହି ସୁରକ୍ଷା ବ୍ୟବସ୍ଥାରେ ୩୩ଜଣ କମାଣ୍ଡୋ ନିୟୋଜିତ ରହିଥାନ୍ତି।
/kanak/media/media_files/2025/05/14/P5N71szRIeG0V008CB4i.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)