ରାଜ୍ୟରେ ସାର ସଙ୍କଟ ଅଭିଯୋଗ ଭିତରେ ହିସାବ ଦେଲେ ସମବାୟ ମନ୍ତ୍ରୀ : ଚଳିତ ବର୍ଷ ବଣ୍ଟା ସରିଲାଣି ୧୦ ଲକ୍ଷ ୮୫ ହଜାର ଟନ ସାର

ସାର ପାଇଁ ବିଭିନ୍ନ ସ୍ଥାନରେ ଚାଷୀ ହନ୍ତସନ୍ତ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଚାଷୀ ଲମ୍ବା ଲାଇନ୍‌ରେ ସାର ପାଇଁ ଅପେକ୍ଷା କରୁଛନ୍ତି। ଏପଟେ ବିଜେଡି ଆଜି  ଏହି ପ୍ରସଙ୍ଗରେ ରାଜଭବନ ଆଗରେ ବିକ୍ଷୋଭ କରିଛି

fatilizer

Photograph: (kanaknews)

କନକବ୍ୟୁରୋ  : ସାର ପାଇଁ ବିଭିନ୍ନ ସ୍ଥାନରେ ଚାଷୀ ହନ୍ତସନ୍ତ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଚାଷୀ ଲମ୍ବା ଲାଇନ୍‌ରେ ସାର ପାଇଁ ଅପେକ୍ଷା କରୁଛନ୍ତି। ଏପଟେ ବିଜେଡି ଆଜି  ଏହି ପ୍ରସଙ୍ଗରେ ରାଜଭବନ ଆଗରେ ବିକ୍ଷୋଭ କରିଛି । ଏହାର ଭିତରେ ସାରର ହିସାବ ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ମନ୍ତ୍ରୀ କହିଛନ୍ତି, ସରକାର ପାଖରେ ଆହୁରି ୧ ଲକ୍ଷ ୮୦ ହଜାର ଟନ ସାର ମହଜୁତ ଅଛି । 

ଗତ ବର୍ଷ ଚଳିତ ମାସ ସୁଦ୍ଧା ୮ ଲକ୍ଷ ୫୦ ହଜାର ଟନ ସାର ବଣ୍ଟା ଯାଇଥିଲା ।  ଚଳିତ ବର୍ଷ ୧୦ ଲକ୍ଷ ୮୫ ହଜାର ଟନ ସାର ବଣ୍ଟା ସରିଲାଣି ।  ମନ୍ତ୍ରୀ କହିଛନ୍ତି, ପର୍ଯ୍ୟାପ୍ତ ସାର ମହଜୁଦ ରହିଛି। ଆବଶ୍ୟକ ହେଲେ ଆହୁରି ସାର ମଗାଯିବ  ।  ହେଲେ ସାର ନଥିବା ଲୋକଙ୍କ ପାଖରେ କହୁଛନ୍ତି ବିରୋଧୀ। ଚଳିତ ବର୍ଷ ଅଧିକ ଧାନ ଚାଷ କରାଯାଇଛି ।  ଆଗୁଆ ବର୍ଷା ଯୋଗୁଁ ଶୀଘ୍ର ସାରର ଦରକାର ହେଉଛି। ଏହା ସହ ଡିଲରଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।  ଯେଉଁଠି ସାର କଳାବଜାରୀ ହେବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଲୋକେ ସବୁ ଜାଣୁଛନ୍ତି, ବିଜେଡି ଯେତେ ସୋବାଜି କଲେ ଵି ଲାଭ ହେବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe