କନକ ବ୍ୟୁରୋ: ଆଜିକା ସମୟରେ କିଶୋର କିଶୋରୀ ନିର୍ଣ୍ଣୟ ନେବାରେ ଖୁବ୍ ଦକ୍ଷ । ସେମାନେ ନିଜର ଦାୟିତ୍ବକୁ ବୁଝିବାକୁ ସମର୍ଥ ।ତେଣୁ ସହମତିରେ ଶରୀରିକ ସମ୍ପର୍କ ପାଇଁ ଆଗତ ବୟସକୁ ୧୮ ବଦଳରେ ୧୬ କରାଯାଉ  ବୋଲି ସୁପ୍ରିମକୋର୍ଟ ପାଖରେ ପ୍ରସ୍ତାବ ରଖିଛନ୍ତି ।

Advertisment


ସୁପ୍ରିମକୋର୍ଟରେ ଚାଲିଥିବା ’ନିପୁଣ ସକ୍ସେନା ବନାମ ଭାରତ ସରକାର’ ମାମଲାର ଆମିକସ୍ କ୍ୟୁରି କୋର୍ଟଙ୍କ ସହାୟତା କରୁଛନ୍ତି। ସେ ନିଜ ଲିଖିତ ଦଲିଲରେ ଦର୍ଶାଇଛନ୍ତି ଯେ, ୧୬ରୁ ୧୮ ବଷୟ ଭିତରେ କିଶୋର କିଶୋରୀଙ୍କ ମଧ୍ୟରେ ସହମତିରେ ଯୌନ ସମ୍ପର୍କକୁ ଆପରାଧିକ କରାଯିବା ଭୁଲ୍ । ଏହି ନିୟମ ପୋକ୍ସୋ ଆଇନ ୨୦୧୨ ଏବଂ ଭାରତୀୟ ଦଣ୍ଡ ସଂହିତା ଧାରା ୩୭୫ ଅଧୀନରେ ଆସୁଛି ।

ଆମିକସ୍ କ୍ୟୁରି ଇନ୍ଦିରା ଜୟସିଂ କହିଛନ୍ତି, ବର୍ତ୍ତମାନର ଆଇନ କିଶୋର କିଶୋରୀଙ୍କ ମଧ୍ୟରେ ସହମତି ସମ୍ପର୍କକୁ ଅପରାଧ ବୋଲି ବିବେଚନା କରୁଛି । ଏହା ସେମାନଙ୍କ ସାମ୍ବିଧାନିକ ଅଧିକାରର ଉଲଂଘନ କରୁଛି । ଉତ୍ତମ ବୁଝାମଣା ଓ ନିର୍ଣ୍ଣୟ ନେବା ଲାଗି ଦକ୍ଷତା ରଖୁଥିବା କିଶୋର କିଶୋରୀ ସହମତିରେ ଶାରୀରିକ ସମ୍ପର୍କ ରଖିଲେ ଏହି ଆଇନ ତାହାକୁ ଯୌନ ଶୋଷଣ ଭାବେ ଦେଖୁଛି। ସହମତିରେ ସମ୍ପର୍କର ବୟସ ୧୬ରୁ ୧୮ କରାଯିବାର କୌଣସି ଠୋସ୍ କିମ୍ବା ବୈଜ୍ଞାନିକ କାରଣ ନାହିଁ । ୭୦ ବର୍ଷ ଧରି ଏହି ବୟସ ୧୬ ବର୍ଷ ହିଁ ଥିଲା । କିନ୍ତୁ ୨୦୧୩ରେ ଆପରାଧିକ (ସଂଶୋଧନ) ଆଇନ ପରେ ଏହାକୁ ବଢ଼ାଯାଇଥିଲା । ତାହା ପୁଣି ବିନା କୌଣସି ବିତର୍କରେ । ଜଷ୍ଟିସ୍ ବର୍ମାଙ୍କ କମିଟି ମଧ୍ୟ ସହମତିୋର ସମ୍ପର୍କରା ବୟସ ୧୬ ବର୍ଷ ରଖିବାକୁ ସୁପାରିଶ୍ କରିଥିଲେ ।

ଆମିକସ୍ କ୍ୟୁରିଙ୍କ ଯୁକ୍ତି ଅନୁସାରେ, ଆଜିକା ସମୟରେ କିଶୋରମାନେ ସମୟ ପୂର୍ବରୁ ଯୌବନାବସ୍ଥାରେ ପହଞ୍ଚିଯାଉଛନ୍ତି ଏବଂ ସେମାନେ ନିଜେ ନିର୍ଣ୍ଣୟ ନେବାକୁ ମଧ୍ୟ ସକ୍ଷମ । ସେମାନେ ନିଜେ ନିଜ ପାଇଁ ନିର୍ଣ୍ଣୟ ନେବାକୁ ସକ୍ଷମ । ସେମାନେ ନିଜ ମନରେ ଯୌନ ସମ୍ପର୍କ ପାଇଁ ଇଚ୍ଛା ପ୍ରକାଶ କରିପାରନ୍ତି ଆଉ ପୂରଣ ନହେଲେ ଅପରାଧ ପ୍ରବରାଣ ହୋଇପାରନ୍ତି । ଜଣେ ଝିଅର ଇଚ୍ଛା ବିରୋଧରେ ତାଙ୍କ ବାପା, ମାଆ ଏକ ମାମଲା ରୁଜୁ ହେବା ପରେ ଏହି ପ୍ରସଙ୍ଗକୁ ଗୁରୁତ୍ବ ଦିଆଯାଉଛି ।

ଇନ୍ଦିରା ଜୟସିଂ ଆହୁରି ମଧ୍ୟ କହିଛନ୍ତି ଯେ ଯୁବକ , ଯୁବତୀଙ୍କ ମଧ୍ୟରେ ସମ୍ପର୍କକୁ ସମାଜ ଗ୍ରହଣ କରେନି । ଏହାକୁ ଅପରାଧ ବୋଲି ବିବେଚନା କରାଯାଉଥିବାରୁ କିଶୋର, କିଶୋରୀ ଭୟରେ ଲୁଚନ୍ତି । ତରବରିଆ ଭାବେ ଅପରିପକ୍ବ ବୟସରେ ଲୁଚିଛପି ବିବାହ କରନ୍ତି । ଫଳରେ ଅଧିକାଂଶ ସମୟରେ ସେମାନେ ବିବାଦରେ ଛନ୍ଦି ହୋଇପଡ଼ନ୍ତି । ତେଣୁ ଶିକ୍ଷାନୁଷ୍ଠାନରେ ମଧ୍ୟ ଯୌନ ଶିକ୍ଷା ବାବଦରେ ଶିକ୍ଷା ଦିଆଯିବାର ଆବଶ୍ୟକତା ରହିଛି । ତେଣୁ ୧୬ରୁ ୧୮ ବର୍ଷ ମଧ୍ୟରେ କିଶୋର କିଶୋରଙ୍କୁ ସହମତିରେ ସମ୍ପର୍କକୁ ଅପରାଧ ବୋଲି ବିବେଚନା କରାନଯାଉ । ଏହାର ବୟସ ସୀମା ଉପରେ ଗୁରୁତ୍ବର ସହ ବିଚାର କରାଯାଉ ।