କନକ ବ୍ୟୁରୋ : ଘୋଷଣା ମୁତାବକ ବିଭିନ୍ନ ଦେଶମାନଙ୍କ ଉପରେ ଟାରିଫ ଲଗାଉଛି ଆମେରିକା । ଏହା ଭିତରେ ଭାରତ ଉପରେ ଆମେରିକା ଟାରିଫ ଲଗାଯିବା ନେଇ ବୁଧବାର କଂଗ୍ରେସର ମିଳିତ ଅଧିବେଶନରେ ଘୋଷଣା କରିଛି । ଏପ୍ରିଲ ୨ ତାରିଖରୁ କାନାଡା, ମେସ୍କିକୋ, ଭାରତ ଓ ଚୀନ୍ ଉପରେ ଟାରିଫ୍ ଲଗାଇବେ ଟ୍ରମ୍ପ ସରକାର ।
ଭାରତ ଉପରେ ଲାଗିବ ଟାରିଫ
-ଭାରତ ଉପରେ ଆମେରିକା ଲଗାଇବ ପାରସ୍ପରିକ ଟାରିଫ
-ଏପ୍ରିଲ ୨ରୁ ଲାଗୁ ହେବ
-ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତନ ଅଣାଯାଉଥିବା ଟ୍ରମ୍ପଙ୍କ ବୟାନ
-ପାରସ୍ପରିକ ଟାରିଫ ଅର୍ଥ ଯେଉଁ ଦେଶ ଯେତେ ପ୍ରତିଶତ ଟାରିଫ ଲଗାଇବ ସେତିକି ପାଲଟା ଟାରିଫ ଲାଗୁ
-ପୂର୍ବରୁ କାନାଡା, ମେସ୍କିକୋ,ଚୀନ ଉପରେ ଟାରିଫ ଲଗାଇଛି ଆମେରିକା
-ଦେଶକୁ ଅଧିକ ସୁରକ୍ଷିତ ଓ ପ୍ରଭାବଶାଳୀ କରିବାକୁ ଲକ୍ଷ୍ୟ
-ଟ୍ରମ୍ପଙ୍କ ବୟାନ, ନୂଆ ସରକାର ଦେଶର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ
କଂଗ୍ରେସ ମିଳିତ ଅଧିବେଶନରେ ଭାରତ ଉପରେ ଟ୍ରମ୍ପ ଅସନ୍ତୋଷ ପ୍ରକାଶ କରିଛନ୍ତି । କାହିଁକି ପାରସ୍ପରିକ ଟାରିଫ ଲଗାଉଛନ୍ତି ସେନେଇ ୪ଟି ମୁଖ୍ୟ କାରଣ କହିଛନ୍ତି ରାଷ୍ଟ୍ରପତି ।
କାହିଁକି ଲାଗିଲା ଟାରିଫ,କାରଣ କହିଲେ ଟ୍ରମ୍ପ
-ଭାରତ ଶତପ୍ରତିଶତ ଟାରିଫ ଲଗାଏ, ଯାହା ଉଚିତ ନୁହେଁ
-ଆମେରିକା ମଧ୍ୟ ପାରସ୍ପରିକ ଟାରିଫ ଲଗାଇବାକୁ ବାଧ୍ୟ
-ଆମେରିକା ଉପରେ ଅନ୍ୟ ରାଷ୍ଟ୍ର ଅଧିକ ଟାରିଫ ଲାଗୁ କରନ୍ତି
-ଆମେରିକା କିନ୍ତୁ କମ ଟାରିଫ ଲଗାଇବା ଫଳ ଭୋଗୁଛି
-ଏଣିକି ଆମେରିକା ଯେସାକୁ ତେସା ନୀତି ଆପଣାଇବ
ବାଇଟ-ଡୋନାଲ୍ଡ ଟ୍ରମ୍ପ,ଆମେରିକା ରାଷ୍ଟ୍ରପତି
ଆଜିର ସମ୍ବୋଧନରେ ଆମେରିକା ରାଷ୍ଟ୍ରପତି ଆଉ କିଛି ବଡ ଘୋଷଣା ମଧ୍ୟ କରିଛନ୍ତି । ଯାହା ପଛର କାରଣ ଦେଶର ବିକାଶ, ଅଭିବୃଦ୍ଧି ଦର୍ଶାଇବା ସହ ୧୦ଟି କଥାକୁ ଗୁରୁତ୍ବ ଦେଇଛନ୍ତି ।
ଟ୍ରମ୍ପଙ୍କ ସମ୍ବୋଧନର ୧୦ଟି କଥା
-ଯେସାକୁ ତେସା ଟାରିଫ ନୀତି ଲାଗୁ
-ୟୁକ୍ରେନ-ରୁଷ ଯୁଦ୍ଧ ରୋକିବାକୁ ଆଲୋଚନା 
--ବେଆଇନ ଭାବେ ରହୁଥିବା ପ୍ରବାସୀଙ୍କୁ ବିଦା 
-ଜୋ ବାଇଡେନ ଆମେରିକାର ସବୁଠୁ ଖରାପ ରାଷ୍ଟ୍ରପତି
-ଦେଶରେ ଲାଗୁ ହେବ ଗୋଲ୍ଡ କାର୍ଡ ଭିସା
-ଗ୍ରୀନଲ୍ୟାଣ୍ଡକୁ ଆମେରିକାରେ ମିଶାଇବାକୁ ଚେଷ୍ଟା
--ଟ୍ରମ୍ପ ସରକାରରେ ଏଲନ ମସ୍କଙ୍କ ଭୂମିକା ଜରୁରୀ
-ଦେଶରେ ବାକ ସ୍ବାଧୀନତା ବଜାୟ ରହିବ
-ପାଇପଲାଇନ ଗ୍ୟାସ ଓ ତେଲରେ ଅଧିକ ନିବେଶ 
-ସ୍ପେଶ ପ୍ରୋଗ୍ରାମ ଉପରେ ଅଧିକ ଫୋକସ
ଏବେ ଦେଖିବାକୁ ବାକି ରହିଲା ଟ୍ରମ୍ପଙ୍କ ଟାରିଫ ନୀତି ପାଇଁ ଅନ୍ୟଦେଶମାନଙ୍କ ସହ ଆମେରିକାର କୁଟନୀତି ସର୍ମ୍ପକ ଅଧିକ ବିଗୁଡୁଛି ନା ମଜଭୁତ ହେଉଛି।
ସେପଟେ 
  
 Follow Us