କନକ ବ୍ୟୁରୋ : ଗିରଫ ହେବେ ଗୌତମ ଆଦାନୀ । ବଢିପାରେ ଶିଳ୍ପପତି ଗୌତମ ଆଦାନୀଙ୍କ ଅଡୁଆ । ଆମେରିକ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ମାମଲାରେ ଖୁବଶୀଘ୍ର ଗିରଫ ହୋଇପାରନ୍ତି ଗୌତମ ଆଦାନୀ । ଗିରଫ ପାଇଁ ଆଦାନୀଙ୍କୁ ଆମେରିକା ପ୍ରତ୍ୟାର୍ପଣ ପାଇଁ ଭାରତ ସରକାରଙ୍କ ନିକଟରେ ଦାବି କରିଛି ଆମେରିକାର ବାଇଡେନ ପ୍ରଶାସନ । ଏଭଳି ସୂଚନା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ବାଇଡେନ ପ୍ରଶାସନ ଭାରତ ସରକାରଙ୍କ ସହ ଆଲୋଚନା କରିଥିବା ନେଇ ଚର୍ଚ୍ଚା ହେଉଛି ।
ଲାଞ୍ଚ କାରବାର ନେଇ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ହେବାପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଆମେରିକା । ଆଦାନୀଙ୍କୁ ତୁରନ୍ତ ଆମେରିକା ପ୍ରତ୍ୟାର୍ପଣ କରି ଗିରଫ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଆମେରିକା ସରକାର ଭାରତ ସରକାରଙ୍କ ଉପରେ ଚାପ ପକାଇଥିବା ଜଣାପଡିଛି । ସୂଚନା ଅନୁସାରେ , ଆମେରିକାର ଏକ କୋର୍ଟ ଗୌତମ ଆଦାନୀ ଏବଂ ତାଙ୍କ ପୁତୁରାଙ୍କ ସମେତ ୭ ଜଣଙ୍କ ବିରୁଦ୍ଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି ।
ଏମାନେ ନିଜ କଣ୍ଟ୍ରାକ୍ଟ ହାସଲ ପାଇଁ ଲାଞ୍ଚ ଦେଇଥିବା ଅଭିଯୋଗରେ ଏହି ୱାରେଣ୍ଟ ଜାରି କରାଯାଇଛି । ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ ଏବଂ ଡିପାର୍ଟମେଣ୍ଟ ଅଫ୍ ଜଷ୍ଟିସ୍ ଅଭିଯୋଗ କରିଥିଲେ ଯେ, ଆମେରିକାରେ ଗୌତମ ଆଦାନୀ ଏବଂ ତାଙ୍କ ପୁତୁରା ସାଗର ଆଦାନୀ ନିଜ ରିନ୍ୟୁଏବଲ ଏନର୍ଜି କମ୍ପାନୀ ପାଇଁ କଣ୍ଟ୍ରାକ୍ଟ ପାଇବା ପାଇଁ ଭାରତର ସରକାରୀ ଅଧିକାରୀଙ୍କୁ ପାଖାପାଖି ୨୬୫ ନିୟୁତ ଡଲାର ଅର୍ଥାତ ୨,୨୩୬ କୋଟି ଟଙ୍କା ଲାଞ୍ଚ ଦେଇଛନ୍ତି। ଏହି ଅଭିଯୋଗ କ୍ରେମେ ଆମେରିକାର ଏକ କୋର୍ଟ ସେମାନଙ୍କ ବିରୁଦ୍ଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ଏବେ ଏହି ମାମଲା ଶିଳ୍ପପତି ଗୌତମ ଆଦାନୀଙ୍କ ଅଡୁଆ ଅଧିକ ବଢାଇ ଦେଇଛି ।