କନକ ବ୍ୟୁରୋ: ଆରପାରିରେ ଆମେରିକାର ସବୁଠାରୁ ଭଲ ବିଚାରପତି । ଆମେରିକା ରୋଡ୍ ଆଇଲ୍ୟାଣ୍ଡର ପ୍ରସିଦ୍ଧ ଜଜ ଫ୍ରାଙ୍କ୍ କାପ୍ରିଓଙ୍କ ପରଲୋକ ହୋଇଛି । ତାଙ୍କୁ ୮୮ବର୍ଷ ବୟସ ହୋଇଥିଲା। ଫ୍ରାଙ୍କ୍ କାପ୍ରିଓ ଜଣେ ଭଲ ଆଇନଜ୍ଞ ଏବଂ ‘କ୍ୟାଚ୍ ଇନ୍ ପ୍ରୋଭିଡେନ୍ସ’ର ହୋଷ୍ଟ ଭାବରେ ଅନଲାଇନରେ ପ୍ରସିଦ୍ଧ ହୋଇଥିଲେ । ବୁଧବାର ଦିନ ତାଙ୍କର ସରକାରୀ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦିଆଯାଇଥିଲା ଯେ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡ଼ିତ ହୋଇ ସାହସିକ ଭାବରେ ଲଢ଼େଇ କରିବା ପରେ ସେ ଶେଷରେ ହାରି ଯାଇ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ ସପ୍ତାହରେ ଫ୍ରାଙ୍କ୍ କାପ୍ରିଓ ଫେସବୁକରେ ଏକ ଛୋଟ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ସେ କହିଥିଲେ ଯେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି । ସେ ପୁଣି ହେସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
ବିଦାୟ ଜଜ୍ ଫ୍ରାଙ୍କ୍ କାପ୍ରିଓ
ଲୋକପ୍ରିୟ ବିଚାରପତି ଫ୍ରାଙ୍କ୍ କାପ୍ରିଓଙ୍କ ପରଲୋକ
ବିଚାରପତି ଫ୍ରାଙ୍କ୍ କାପ୍ରିଓ ୧୯୩୬ ମସିହାରେ ଜନ୍ମଗ୍ରହଣ କରିଥିଲେ
ରୋଡ୍ ଆଇଲ୍ୟାଣ୍ଡର ପ୍ରୋଭିଡେନ୍ସରେ ତାଙ୍କର ପିଲାଦିନ କଟିଥିଲା
ସେ ଏକ ଇଟାଲିୟ-ଆମେରିକୀୟ ପରିବାରରେ ବଢ଼ିଥିଲେ
ସେଠାରେ ସେ ମୁଖ୍ୟ ମ୍ୟୁନିସିପାଲ୍ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ
ଫ୍ରାଙ୍କ୍ କାପ୍ରିଓ ତାଙ୍କ ସହାନୁଭୂତିଶୀଳ କୋର୍ଟରୁମ୍ ଆଚରଣ ପାଇଁ ଲୋକପ୍ରିୟ
ଏହି ସୋ’ର କ୍ଲିପ୍ ସୋସିଆଲ ମିଡିଆରେ ୧ ବିଲିଅନରୁ ଅଧିକ ଥର ଦେଖାଯାଇଛି