କନକ ବ୍ୟୁରୋ : ତୁରନ୍ତ ଭାରତ ସହ ସମ୍ପର୍କ ସୁଧାର । ୧୯ ଆମେରିକୀୟ ସାଂସଦ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପଙ୍କୁ ଲେଖିଛନ୍ତି ଚିଠି । ଭାରତ ସହ ସମ୍ପର୍କ ତୁରନ୍ତ ସୁଧାରିବା ପାଇଁ ଏଥିରେ ଦିଆଯାଇଛି ପରାମର୍ଶ । ୧୯ ଜଣ ଆମେରିକୀୟ କଂଗ୍ରେସ୍ ସାଂସଙ୍କ ଦ୍ୱାରା ରାଷ୍ଟ୍ରପତି ଡନାଲ୍ଡ୍ ଟ୍ରମ୍ପଙ୍କୁ ଚିଠି ଲେଖାହୋଇଛି। ଭାରତ ଉପରେ ଲଗାଯାଇଥିବା ୨୫ ପ୍ରତିଶତ ପ୍ରତିକ୍ରିୟାମୂଳକ ଟାରିଫ୍ ଓ ରୁଷ ତୈଳ କ୍ରୟ ଯୋଗୁଁ ଆଉ ୨୫ ପ୍ରତିଶତ ଦଣ୍ଡମୂଲକ ଟ୍ୟାରିଫ୍ କାରଣରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗଡ଼ିଛି। ଏହା ଭାରତୀୟ ଉତ୍ପାଦକଙ୍କୁ କ୍ଷତି ପହଞ୍ଚାଇଛି । ଆମେରିକୀୟ ଉପଭୋକ୍ତାଙ୍କ ମୂଲ୍ୟ ବୃଦ୍ଧି ଓ ସରବରାହ ଶୃଙ୍ଖଳା ଭାଙ୍ଗୁଛି । ସେମାନେ ଟ୍ରମ୍ପଙ୍କୁ ଏହି ଅନ୍ୟାୟଯୁକ୍ତ ଟାରିଫ୍ ଉଚ୍ଛେଦ କରି ସମ୍ପର୍କ ସୁଧାରିବା ପାଇଁ ଆହ୍ୱାନ ଦେଇଛନ୍ତି । ଏହା ଭାରତ-ଆମେରିକା ବାଣିଜ୍ୟ ଭାଗୀଦାରିର ନିର୍ଭରତା ଉପରେ ପ୍ରଭାବ ପକାଇବ ବୋଲି ଚିଠିରେ ଉଲ୍ଲେଖ ହୋଇଛି ।
ଆମେରିକାରେ ଟ୍ରମ୍ପଙ୍କୁ ବିରୋଧ ; ଭାରତ ଉପରେ ଟାରିଫକୁ ବିରୋଧ କଲେ ଆମେରିକୀୟ ସାଂସଦ
ତୁରନ୍ତ ଭାରତ ସହ ସମ୍ପର୍କ ସୁଧାର । ୧୯ ଆମେରିକୀୟ ସାଂସଦ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପଙ୍କୁ ଲେଖିଛନ୍ତି ଚିଠି । ଭାରତ ସହ ସମ୍ପର୍କ ତୁରନ୍ତ ସୁଧାରିବା ପାଇଁ ଏଥିରେ ଦିଆଯାଇଛି ପରାମର୍ଶ ।
/kanak/media/media_files/2025/10/09/30-2025-10-09-15-23-21.jpg)