କନକ ବ୍ୟୁରୋ : ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିୟୋ ବଡ଼ ଘୋଷଣା କରିଛନ୍ତି । ଏହି ଘୋଷଣା ଆଧାରରେ ଏବେ କିଛି ମଧ୍ୟ ଆମେରିକୀୟ ଦେଶ ଉପରେ ଭିସା ପ୍ରତିବନ୍ଧକ ଲଗାଯିବ । ସେମାନଙ୍କ ଉପରେ ଅଭିଯୋଗ ରହିଛି କି, ସେମାନେ ଜାଣିଶୁଣି ଚୀନ କମ୍ୟୁନିଷ୍ଟ ପାର୍ଟିକୁ ସମର୍ଥନ କରୁଛନ୍ତି । ଏହା ଫଳରେ ସେଠାରେ ଆଇନର ଶାସନ ଦୁର୍ବଳ ହେଉଥିବା ଆମେରିକା ବିଦେଶମନ୍ତ୍ରୀ ଅଭିଯୋଗ କରିଛନ୍ତି । ବିଦେଶ ମନ୍ତ୍ରଣାଳୟ ତରଫରୁ ଜାରି ଏକ ବିବୃତ୍ତିରେ କୌଣସି ବ୍ୟକ୍ତି ବା କୌଣସି ଦେଶର ନାମ ନିଆଯାଇନାହିଁ । ହେଲେ ବିଭାଗୀୟ ମନ୍ତ୍ରୀ କହିଛନ୍ତି କି, ଯେଉଁ ଲୋକ ଓ ଯେଉଁ ଦେଶ ଉପରେ ଏହି ନିୟମ ଲାଗୁହେବ ସେଠିକାର ନାଗରିକଙ୍କୁ ଆମେରିକାରେ ପ୍ରବେଶ କରିବାକୁ ଦିଆଯିବ ନାହିଁ । 

Advertisment

ରୁବିୟୋ କହିଛନ୍ତି କି, ସଂଯୁକ୍ତ ରାଷ୍ଟ୍ର ଆମେରିକାର ମଧ୍ୟ ଆମେରିକାରେ ଚୀନର ଭ୍ରଷ୍ଟ ପ୍ରଭାବକୁ ରୋକିବାକୁ ଓ ଆମେରିକାର ଆଇନକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଥିବା ଗୋଷ୍ଠୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆମେରିକା ପ୍ରତିଶ୍ରୁତିବଦ୍ଧ । ଏହି କାରଣରୁ ଏଭଳି କିଛି ବ୍ୟକ୍ତି ଓ କିଛି ଦେଶ ଉପରେ ଆମେରିକା ସମ୍ପୂର୍ଣ୍ଣ ଭିସା କଟକଣା ଲଗାଇବ । 

ସେପଟେ ଟାରିଫକୁ ନେଇ ଟ୍ରମ୍ପ ଓ କୋର୍ଟଙ୍କ ମଧ୍ୟରେ ଲାଗିଥିବା ବିବାଦ ନୂଆ ରୂପ ନେଇଛି । ଡୋନାଲ୍ଡ ଟ୍ରମ୍ପ ଆମେରିକାର ଉଚ୍ଚନ୍ୟାୟାଳରେ ଶ୍ଳୁକ ମାମଲାରେ ତୁରନ୍ତ ନିର୍ଣ୍ଣୟ ନେବାକୁ ଅନୁରୋଧ କରିଛନ୍ତି । ଟ୍ରମ୍ପଙ୍କ କହିବା କଥା ଆମେରିକାର ପ୍ରତିଦ୍ୱନ୍ଦ୍ୱୀ  ଓ ସହଯୋଗୀଙ୍କ ଉପରେ ଲଗାଯାଇଥିବା ଟାରିଫ୍ ବିନା ଆମେରିକାରେ ଆର୍ଥିକ ସୁନାମୀ ଆସିବ । ବୁଧବାର ବିଳମ୍ବିତ ରାତିରେ ଟ୍ରମ୍ପ ପ୍ରଶାସନ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି କି, କୋର୍ଟ ଏହି ମାମଲାରେ ଦେଇଥିବା ରାୟ ଉପରେ ପୁଣି ବିଚାର କରନ୍ତୁ ।