କନକ ବ୍ୟୁରୋ: ଭାରତରେ ବିଭିନ୍ନ ଦେଶର ରାଜଦୂତ କାମ କରନ୍ତି । ଅର୍ଥାତ୍‌ ସେମାନଙ୍କୁ ନିଜ ଦେଶ ନିଯୁକ୍ତି କରନ୍ତି । ଉଭୟ ଦେଶ ମଧ୍ୟରେ ସମ୍ପର୍କ କେମିତି ମଜବୁତ ରହିବ, ଉଭୟ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ସମ୍ପର୍କ କେମିତି ଭଲ ରହିବ ସେନେଇ ଏମାନେ ସାଧାରଣ ଭାବରେ କାମ କରନ୍ତି । ଉଦାହରଣ, ଯଦି କୌଣସି ଦେଶରେ ଭାରତର ନାଗରିକମାନେ ଫଶିଛନ୍ତି କିମ୍ୱା କୌଣସି ଅସୁବିଧା ରହିଛି ତାହାଲେ ଏମାନଙ୍କ ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ ରହେ । କେବଳ ଭାରତରେ ନୁହେଁ ବରଂ ଭାରତର ବି ବିଭିନ୍ନ ରାଷ୍ଟ୍ରଦୂତ ବିଶ୍ବର ଅନେକ ରାଷ୍ଟ୍ରରେ କାର୍ଯ୍ୟରତ ଅଛନ୍ତି । ଏହାରି ଭିତରେ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଏରିକ୍‌ ଗାର୍ସେଟି ନିଜର କାର୍ଯ୍ୟକାଳ ଶେଷ କରିଛନ୍ତି । ଏହାପରେ ଭାରତରେ କିଏ ଆମେରିକାର ରାଷ୍ଟ୍ରଦୂତ ହେବେ ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି ।

ଭାରତକୁ ପ୍ରଶଂସାରେ ପୋତିଲେ ଏରିକ୍‌
କହିଲେ, ଭାରତ-ଆମେରିକା ସମ୍ପର୍କ ମଜବୁତ୍‌

Advertisment

ନିଜର ବିଦାୟକାଳୀନ ଭାଷଣରେ ଭାରତକୁ ପ୍ରଶଂସା କରିଛନ୍ତି ଏରିକ୍‌ । କହିଛନ୍ତି, ଭାରତରେ କାର୍ଯ୍ୟକାଳ ସବୁବେଳେ ମନେ ରହିବ । ପୂର୍ବ ଅପେକ୍ଷା ଏବେ ଭାରତ-ଆମେରିକା ସମ୍ପର୍କ ମଜବୁତ ରହିଛି । ଆମେରିକା ଚାହେଁ ଭାରତର ଇତିହାସ ଓ ଐତିହ୍ୟ ପୁରା ବିଶ୍ବରେ ପହଞ୍ଚୁ । ଭାରତ ସର୍ବଦା ବିଶ୍ବାସଯୋଗ୍ୟ ରାଷ୍ଟ୍ର ଆମେରିକାର । ତେଣୁ ମୁଁ ଆଶା ରଖିବି ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ପୁଣି ଥରେ ଭାରତ-ଆମେରିକା ସମ୍ପର୍କ ଆହୁରି ଦୃଢ ହେବ ।

କେମିତି ରାଷ୍ଟ୍ରଦୂତ ନିଯୁକ୍ତି କରେ ଆମେରିକା 

ଭାରତର ରାଷ୍ଟ୍ରଦୂତ ବିଶ୍ବର ଅନେକ ରାଷ୍ଟ୍ରରେ ଅଛନ୍ତି । ରାଷ୍ଟ୍ରଦୂତଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ନିଯୁକ୍ତି କରୁଥିବା ବେଳେ ବିଦେଶ ମନ୍ତ୍ରଣାଳୟ ଅଧୀନରେ ଏମାନେ କାମ କରନ୍ତି । ହେଲେ ଆମେରିକାର ରାଷ୍ଟ୍ରଦୂତ ଆମେରିକାର ରାଷ୍ଟ୍ରପତିଙ୍କ ପାଖରେ ରୁହନ୍ତି । ସେଠାରେ ଏହା ଏକ ରାଜନୈତିକ ପଦ । ତେଣୁ ସରକାର ଯିବା ପରେ ସେମାନେ ମଧ୍ୟ ନିଜ କାର୍ଯ୍ୟରୁ ଅବସର ନିଅନ୍ତି ଏବଂ ନୂଆ ସରକାର ଆସିବା ପରେ ହିଁ ନୂଆ ରାଷ୍ଟ୍ରଦୂତ ନିଯୁକ୍ତି ହେବେ ବୋଲି କୁହାଯାଉଛି ।

ରାଷ୍ଟ୍ରଦୂତ ନିଯୁକ୍ତି ଆମେରିକା ହେବ କେମିତି

କୌଣସି ଦେଶର ରାଷ୍ଟ୍ରଦୂତ ଚୟନରେ ଆମେରିକା ରାଷ୍ଟ୍ରପତି ନିଜେ ସଂପୃକ୍ତ ରୁହନ୍ତି । ଅର୍ଥାତ୍‌ ନିଜ ଇଚ୍ଛାରେ ସେ ରାଷ୍ଟ୍ରଦୂତ ଚୟନ କରନ୍ତି । ସଂପୃକ୍ତ ବ୍ୟକ୍ତି ଜଣକ ବିଦେଶ ନୀତିରେ କେତେ ଅଭିଜ୍ଞ ସେନେଇ ବି ତର୍ଜମା କରାଯାଏ ।

ଯେଉଁମାନେ ରାଷ୍ଟ୍ରଦୂତ ହେବାକୁ ଇଚ୍ଛା ରଖନ୍ତି, ସେମାନେ ପ୍ରଥମେ ପ୍ରାର୍ଥୀପତ୍ର ଦାଖଲ କରନ୍ତି । ପରେ ଏହାକୁ ସିନେଟ୍‌କୁ ପଠାଯାଏ । 

ସିନେଟ୍‌ରେ ନାଁ ପହଞ୍ଚିବା ପରେ କମିଟି ସମୀକ୍ଷା କରେ । ପରେ ପରେ ସେମାନଙ୍କ ବିଦେଶ ନୀତି ଉପରେ ଆଲୋଚନା କରାଯାଏ । ସେମାନଙ୍କୁ ନିଜର ଦକ୍ଷତା ଓ ପ୍ଲାନ୍‌ ସମ୍ପର୍କରେ ପ୍ରଶ୍ନ ବି କରାଯାଏ । 

ତର୍ଜମା ସରିବା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ନେଇ କମିଟି ଆଲୋଚନା କରେ । ଯଦି କମିଟି ଅନୁମୋଦନ କରେ ତାହାଲେ ସିନେଟ୍‌ର ମୋହର ବାଜିବା ଲାଗି ଆରମ୍ଭ ହୁଏ ପୁରା ପ୍ରକ୍ରିୟା। ଯାହାଙ୍କ ନାଁରେ ବହୁମତ ରହେ ସେ ହିଁ ନିଯୁକ୍ତ ହେଉଥିବା ଦେଖାଯାଏ । 

ସିନେଟ୍‌ର ଅନୁମତି ମିଳିବା ପରେ ରାଷ୍ଟ୍ରପତିଙ୍କ ପାଖକୁ ମୋହର ବାଜିବା ଲାଗି ଯାଏ । ମୋହର ବାଜିବା ପରେ ରାଷ୍ଟ୍ରଦୂତଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମର ପ୍ରସ୍ତୁତି କରାଯାଏ ।


ରାଷ୍ଟ୍ରପତିଙ୍କ ସହ ବଦଳିଯାଆନ୍ତି ରାଷ୍ଟ୍ରଦୂତ 

ଆମେରିକାର ଗଣତନ୍ତ୍ର ଅନୁସାରେ, ରାଷ୍ଟ୍ରପତି ବଦଳିବା ପରେ ରାଷ୍ଟ୍ରଦୂତଙ୍କର ବି ବଦଳି ହୁଏ । ରାଷ୍ଟ୍ରଦୂତଙ୍କ କାର୍ଯ୍ୟକାଳର ସମୟ ନିର୍ଦ୍ଧାରିତ ନଥାଏ । ଯେ ପର୍ଯ୍ୟନ୍ତ ରାଷ୍ଟ୍ରପତି ଚାହିଁବେ ସେ ପର୍ଯ୍ୟନ୍ତ ରାଷ୍ଟ୍ରଦୂତ ନିଜ ପଦବୀରେ ରହିପାରିବେ । କୌଣସି ବି ପରିସ୍ଥିତିରେ ସେ ଇସ୍ତଫା ମଧ୍ୟ ଦେଇପାରନ୍ତି । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ୨୦୧୭ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ପଦରୁ ଇସ୍ତଫା ଦେବା ପୂର୍ବରୁ ସମସ୍ତ ରାଷ୍ଟ୍ରଦୂତଙ୍କୁ ପଦ ଛାଡ଼ିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିଲା । ତେଣୁ ଏଥର ପୁଣି ଥରେ ଟ୍ରମ୍ପ ରାଷ୍ଟ୍ରପତି ହେବାକୁ ଯାଉଥିବାରୁ ପୁଣି ଥରେ ନୂଆ ରାଷ୍ଟ୍ରଦୂତ ଭାବରେ ଅନେକ ନିଯୁକ୍ତି ନେବେ ବୋଲି କୁହାଯାଉଛି ।