କାନାଡା ସମର୍ଥନରେ ଆମେରିକା ; କହିଲା, ତଦନ୍ତରେ ସହଯୋଗ କରୁନି ଭାରତ

ଭାରତ ଉପରେ କାନାଡାର ଅଭିଯୋଗକୁ ଆମେରିକାର ସମର୍ଥନ । ଖଲିସ୍ତାନୀ ଆତଙ୍କୀ ନିଜ୍ଜର ହତ୍ୟା ମାମଲାକୁ ଗମ୍ଭୀର କହି ତଦନ୍ତ ପାଇଁ ଭାରତକୁ କଲା ଅପିଲ । ସେପଟେ ୟୁକେ  ଓ କାନାଡା ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଘଟଣାକୁ ନେଇ ଆଲୋଚନା ସୂଚନା ।

40canada

କନକ ବ୍ୟୁରୋ: ଭାରତ-କାନାଡା ବିବଦା ଭିତରେ ଆମେରିକାର ଏଣ୍ଟ୍ରିଂ । ଖଲିସ୍ତାନୀ  ଆତଙ୍କୀ ହରଦୀପ ସିଂ ନିଜ୍ଜର ହତ୍ୟା ମାମଲାକୁ ନେଇ ଭାରତ ଓ କାନାଡ଼ା ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିଥିବାବେଳେ ଏବେ କାନାଡାକୁ ସମର୍ଥନ ଜଣାଇଛି ଆମେରିକା । ଆମେରିକା କହିଛି , ତଦନ୍ତରେ ଭାରତ ସହଯୋଗ କରୁନି ।  ଆମେରିକା ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି , ଏ ଅଭିଯୋଗ ଚିନ୍ତାଜନକ  । ତଦନ୍ତରେ ଭାରତର ସହଯୋଗ ଆଶା ରଖିଛି ଆମେରିକା । ଗତବର୍ଷଠୁ କାନାଡା ନିଜର ହତ୍ୟା ଘଟଣା ପାଇଁ ଭାରତକୁ ଦାୟୀ କରିଆସୁଛି । ସେହି ସମୟରେ ହିଁ କାନାଡା ସମର୍ଥନରେ ବାହାରିଥିଲା ଆମେରିକା । ଗତ ୨ବର୍ଷ ମଧ୍ୟରେ ୬ଜଣ ଖଲିସ୍ତାନୀ ଆତଙ୍କୀଙ୍କୁ ହତ୍ୟା କରାଯାଇଛି । ସେମାନେ ହେଲେ ରିପୁଦମପ ସିଂ, ଅମରପ୍ରୀତ ଶର୍ମା, ହରଦୀପ ସିଂ ନିଜ୍ଜର, କରଣବୀର ସିଂ ଗରଚା, ସୁଖା ଦୁନେକ ଓ ହରପ୍ରୀତ ସିଂ  । ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe