ଆମେରିକାର ଏକ ତୈଳ କମ୍ପାନିରେ ଭୟଙ୍କର ବିସ୍ଫୋରଣ, ୨ କିଲୋମିଟର ପର୍ଯ୍ୟନ୍ତ ମାଡ଼ିଗଲା ବିପଦ, ପରମାଣୁ ବୋମା ଫାଟିବା ଭଳି ସ୍ଥିତି

ଏହି ବିସ୍ଫୋରଣ ନେଇ ଟାଙ୍ଗିପାହୋଆ ପାରିସ ସେରିଫ ତରଫରୁ ସୋସିଆଲ ମିଡିଆରେ କହିଛି କି, ଏପର୍ଯ୍ୟନ୍ତ ନିଆଁକୁ ଆୟତ କରିବାରେ ଅଗ୍ନିଶମ ବିଭାଗ ସଫଳ ହୋଇପାରିନାହିଁ । ପ୍ରଶାସନ ତରଫରୁ ପ୍ଲାଣ୍ଟ ପାଖରେ ଥିବା କୋଠା ଓ ପରିବେଶକୁ ରକ୍ଷା କରିବାକୁ ଜୋରଦାର ପ୍ରୟାସ କରୁଛି । ଏପର୍ଯ୍ୟନ୍ତ କୌଣସି ମୃତ୍ୟୁର ଖବର ମିଳିନାହିଁ । 

09

କନକ ବ୍ୟୁରୋ : ଆମେରିକାର ଲୁଝାସିୟାନା ରାଜ୍ୟରେ ଶୁକ୍ରବାର ଦିନ ଏକ ତୈଳ କମ୍ପାନିର ପ୍ଲାଣ୍ଟରେ ଜୋରଦାର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ୨ କିଲୋମିଟର ପର୍ଯ୍ୟନ୍ତ ପରିବେଶ ପୂରା ଧୂଆଁ ଧୂଆଁ ହୋଇଯାଇଥିଲା । ସ୍ମିଟି ସପ୍ଲାଏ ନାମକ ପ୍ଲାଣ୍ଟରେ ଏହି ବିସ୍ଫୋରଣ ହୋଇଛି । ବିସ୍ଫୋରଣର କିଛି ସମୟ ମଧ୍ୟରେ ପ୍ରଶାସନ ଦୁଇ କିଲୋମିଟର ପରିଧି ଭିତରେ ଥିବା ଲୋକଙ୍କୁ ଘରୁ ବାହାରି ଯିବାକୁ ପରାମର୍ଶ ଦେଇଥିଲେ । 

ଏହି ବିସ୍ଫୋରଣ ନେଇ ଟାଙ୍ଗିପାହୋଆ ପାରିସ ସେରିଫ ତରଫରୁ ସୋସିଆଲ ମିଡିଆରେ କହିଛି କି, ଏପର୍ଯ୍ୟନ୍ତ ନିଆଁକୁ ଆୟତ କରିବାରେ ଅଗ୍ନିଶମ ବିଭାଗ ସଫଳ ହୋଇପାରିନାହିଁ । ପ୍ରଶାସନ ତରଫରୁ ପ୍ଲାଣ୍ଟ ପାଖରେ ଥିବା କୋଠା ଓ ପରିବେଶକୁ ରକ୍ଷା କରିବାକୁ ଜୋରଦାର ପ୍ରୟାସ କରୁଛି । ଏପର୍ଯ୍ୟନ୍ତ କୌଣସି ମୃତ୍ୟୁର ଖବର ମିଳିନାହିଁ । 

ଯେଉଁ ତୈଳ ପ୍ଲାଣ୍ଟରେ ବିସ୍ଫୋରଣ ହୋଇଛି ତା ଉପରେ ପରିବେଶ ନିୟମ ଉଲ୍ଲଘଂନ ଅଭିଯୋଗରେ ଅନେକ ଥର ଜରିମାନା ଲଗାଯାଇଥିଲା । ୨୦୨୧ ମସିହାରେ ପ୍ଲାଣ୍ଟ ନିକଟରେ ନାଳରୁ ତେଲ ଲିକ୍ ହେବା ଘଟଣାରେ କମ୍ପାନି ଉପରେ ୨.୫ ଲକ୍ଷ ଡଲାର ଜରିମାନା ଲାଗିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe