କନକ ବ୍ୟୁରୋ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଛି । ଆଉ ପରାଜୟ ସ୍ୱୀକାର କରିଛନ୍ତି ଡେମୋକ୍ରେଟ ପାର୍ଟିର କମଲା ହାରିସ୍ । କିନ୍ତୁ କମଲା ହାରିସଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ତାଙ୍କ ନାଁରେ ଭିନ୍ନ ଭିନ୍ନ ପ୍ରକାର କଥା ବାହାରକୁ ଆସିବାରେ ଲାଗିଛି । ଅନ୍ତର୍ଜାତୀୟ ଗଣମାଧ୍ୟରେ ଚର୍ଚ୍ଚାହେଉଛି ଯେ ନିର୍ବାଚନ ସମୟରେ କମଲା ହାରିସ ଏବଂ ତାଙ୍କ ପାର୍ଟି ର ନେତାମାନେ ପାଣି ଭଳି ଟଙ୍କା ବୁହାଇଦେଇଛନ୍ତି ।
କୋଟି କୋଟି ଟଙ୍କା ନିର୍ବାଚନରେ ଉଡାଇଦେବାର ଅଭିଯୋଗ ମଧ୍ୟ ହୋଇଛି । ଏନେଇ ଏକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି । ଏହି ରିପୋର୍ଟରେ କୁହାଯାଇଛି, କମଲା ହାରିସ ଏବଂ ତାଙ୍କ ଟିମ୍ ନିର୍ବାଚନ ପ୍ରଚାରରେ ସହାୟତା ପାଇଁ ସେଲିବ୍ରେଟି ଓପରାହ ୱିନଫ୍ରେ ଙ୍କ ପ୍ରଡକ୍ସନ ହାଉସକୁ ଏକ ମିଲିୟନ ଡଲାର ପ୍ରଦାନ କରିଥିଲେ । ଭାରତୀୟ ଟଙ୍କାରେ ଏହାର ମୂଲ୍ୟ ୮ କୋଟି ଟଙ୍କାରୁ ଅଧିକ ହେବ । କମଲା ହାରିସଙ୍କ ପାଇଁ ଏହି ଅଭିନେତ୍ରୀ ଜଣଙ୍କ ଖୋଲାଖୋଲି ମଧ୍ୟ ପ୍ରଚାର କରି୍ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/11/11/NwSU6Gt0eTLTT0QgbKnk.jpg)