କନକ ବ୍ୟୁରୋ : ଯୌନ ଅପରାଧ ଜେଫରୀ ଏପଷ୍ଟିନର ମୃତ୍ୟୁ ପରେ ବି ତା ଅପରାଧର ନୂଆ ନୂଆ କାହାଣୀ ସାମ୍ନାକୁ ଆସିବାରେ ଲାଗିଛି । ଏବେ ଏବେ ଆମେରିକାର ନ୍ୟାୟ ବିଭାଗ ଦ୍ୱାରା ଜାରି କରାଯାଇଥିବା କିଛି ଦସ୍ତାବିଜରେ ଚମକାଇଦେବା ଭଳି କଥା ସାମ୍ନାକୁ ଆସିଛି । ଆମେରିକାର ଇମିଗ୍ରେସନ ସିଷ୍ଟମର ଦୁର୍ବଳତାର ସୁଯୋଗ ନେଇ ଅନେକ ବିଦେଶୀ ମହିଳା ଓ ଝିଅମାନଙ୍କୁ ଆମେରିକାରେ ରହିବାକୁ ସୁଯୋଗ ଦେବାକୁ ମିଥ୍ୟା ବିଭାଘର, ଓ ଭିସା ଏବଂ କଲମ୍ବୋ ଭଳି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟର ଆଡମିଶନ ବାହାନା କରାଯାଉଥିଲା ।
ଏସବୁ ଖେଳ ପଛର ପ୍ରମୁଖ ଚେହେରା ଏପଷ୍ଟିନର ପ୍ରେମିକା କରିନା ସୁଲିୟାଫ୍ ବୋଲି କୁହାଯାଉଛି । ୨୦୧୩ ମସିହାରେ ସୁଲିୟାଫ ନିଜର ଭିସାକୁ ନେଇ ଚିନ୍ତାରେ ଥିଲେ । ଏହାର ସମାଧାନ ପାଇଁ ସେ ଏପଷ୍ଟିନଙ୍କ ସହାୟତାରେ ଏକ ଷଡ଼ଯନ୍ତ୍ର ରଚିଥିଲେ । ଯାହାକି ଏବେ ଆଇନ ବିଶେଷଜ୍ଞଙ୍କୁ ଚକିତ କରିଛି । ସୁଲିୟାଫ ଜଣେ ଆମେରିକୀୟ ନାଗରିକ ଜେନିଫରଙ୍କୁ ବିବାହ କରିଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଜେନିଫର ପ୍ରଥମରୁ ଏପଷ୍ଟିନଙ୍କ ନେଟୱର୍କର ଭାଗିଦାରୀ ଥିଷଲ । ନାଗରିକତା ମିଳିବା ପରେ ସୁଲିୟାଫ୍ ତୁରନ୍ତ ଜେନିଫରଙ୍କୁ ଛାଡ଼ପତ୍ର ଦେଇଥିଲେ । ଏହି ବାହାଘର କେବଳ କାଗଜପତ୍ରରେ ଇମଗ୍ରେସନ ଅଧିକାରକୁ ଧୋକ୍କା ଦେବା ପାଇଁ କରାଯାଇଥିଲା ।
ଦସ୍ତାବିଜରୁ ଜଣାପଡ଼ିଛି କି ଏପଷ୍ଟିନ ସୁଲିୟାଫକୁ କଲୋମ୍ବିୟା ବିଶ୍ୱବିଦ୍ୟାଳୟର ଡେଣ୍ଟାଲ ସ୍କୁଲର ଜଣେ ଟ୍ରାନ୍ସଫର ଛାତ୍ରୀ ଭାବେ ଆଡମିଶନ କରିବା ପାଇଁ ସବୁପ୍ରକାର କ୍ଷମତାର ଅପବ୍ୟବହାର କରିଥିଲା । ବେଲାରୁଶରୁ ଆସିଥିବା ସୁଲିୟାଫର କୌଣସି ପୂର୍ଣ୍ଣ ଡିଗ୍ରି ନଥିଲା । ଏହାପରେ ବି ତାଙ୍କ କଲୋମ୍ବିୟା ବିଶ୍ୱବିଦ୍ୟାଳୟରେ ଆଡମିଶନ ମିଳିଯାଇଥିଲା ।
ଆଗକୁ ପଢ଼ନ୍ତୁ :ପିଲାଙ୍କୁ ଗଣିତ ପଢ଼ାଉଥିଲା ଏପଷ୍ଟିନ୍ : କେମିତି ବଡ଼ବଡ଼ୁଆଙ୍କର ହେଲା ଘନିଷ୍ଠ ? ଗୋଟିଏ ସାକ୍ଷାତ ଶିକ୍ଷକକୁ କରିଥିଲା ସଇତାନ !
ସେପଟେ ଏପଷ୍ଟିନ ପରଦା ପଛରେ ରହି ବରିଷ୍ଠ ଓକିଲଙ୍କୁ ଇମେଲ ମାଧ୍ୟମରେ ସୁଲିୟାଫର ଛାତ୍ର ଭିସା ରଦ୍ଦ ନହେବା ପାଇଁ ଚାପ ପକାଇଥିଲା । ଏହି ଫାଇଲରେ ଅନେକ ଲୋକଙ୍କ ନାଁ ଏବେ ସାମ୍ନାକୁ ଆସିଛି । ଏପଷ୍ଟିନ ଏହି ଭିସା ପାଇଁ ବ୍ରିଟିଶ ନିବେଶକ ଇୟାନ ଓସର୍ବନଙ୍କ ସହ ଯୋଗାଯୋଗ କରିଥିଲା । ଓସର୍ବନ ଦାବି କରିଥିଲେ କି ତାଙ୍କ ପାଖରେ ଏଭଳି ଓକିଲ ଅଛନ୍ତି ଯେଉଁମାନଙ୍କର ସମ୍ପର୍କ ଇମିଗ୍ରେସନ ଓ ନେଚୁରାଲାଇଜେନସ ସେବାର ଉଚ୍ଚ ପଦବୀରେ ଥିବା ଲୋକଙ୍କ ସହ ରହିଛି । ଏହି ଇ-ମେଲରେ ଓବାମା ପ୍ରଶାସନର ପୂର୍ବ ହ୍ୱାଇଟ୍ ହାଉସ୍ କାଉନସିଲର ଓ ବର୍ତ୍ତମାନ ହୋମଲ୍ୟାଣ୍ଡ ସୁରକ୍ଷା ସଚିବ ଅଲ୍ଲୀ ମୟୋରକାସଙ୍କ ନାମ ବି ରହିଛି ।
ଯଦିଓ ଏହି ମାମଲାରେ ଆଲେଜାଣ୍ଡ୍ରୋ ମୟୋକାସ କିମ୍ବା ଜେମ୍ସ କେରିଙ୍ଗଙ୍କର ସିଧାସଳଖ କୌଣସି ସମ୍ପର୍କ ନାହିଁ ହେଲେ ଏକଥା ସ୍ପଷ୍ଟ ଯେ ଏପଷ୍ଟିନ ଏହି ବଡ଼ ନାମଗୁଡ଼ିକୁ ନିଜ ପଥ ସହଜ କରିବା ପାଇଁ ବ୍ୟବହାର କରୁଥିଲେ। ଯେତେବେଳେ ଷ୍ଟୁଡେଣ୍ଟ ଭିସା ପୁନର୍ବାହାଲ କରିବା କଠିନ ହେଇପଡ଼ିଲା, ସେତେବେଳେ ଆଇନଜୀବୀମାନେ ଏପଷ୍ଟିନକୁ ସତର୍କ କରିଥିଲେ ଯେ ଶୁଲିଆକଙ୍କ ଭିସା ସମୟସୀମା ଅତିକ୍ରମ କରି ରହିବା ସମସ୍ୟା ସୃଷ୍ଟି କରିପାରେ। ଏହା ପରେ ଏପଷ୍ଟିନ ରାଜନୈତିକ ଆଶ୍ରୟ (ପଲିଟିକାଲ ଆସାଇଲମ୍) ନେବା ପଥକୁ ବିଚାର କରିଥିଲେ। ସେ ନିଜ ଆଇନଜୀବୀଙ୍କୁ ପଚାରିଥିଲେ ଯେ, ଷ୍ଟୁଡେଣ୍ଟ ଭିସା ଠାରୁ ଆଶ୍ରୟ ପାଇଁ ମାମଲା କରିବା କେତେ ସୁରକ୍ଷିତ ହେବ। ଏହା ସବୁ କେବଳ ଏହି ପାଇଁ କରାଯାଉଥିଲା, ଯାହାଦ୍ୱାରା ସେ ଯେମାନେ ମହିଳାଙ୍କୁ ନିୟନ୍ତ୍ରଣ କରିବାକୁ ଚାହୁଁଥିଲେ ସେମାନେ ଆମେରିକା ଛାଡ଼ି ବାହାରି ପାରିବେ ନାହିଁ। ଏହି ଖୋଲାସାଗୁଡ଼ିକ ଦେଖାଉଛି ଯେ କିପରି ଜଣେ ଅପରାଧୀ ଟଙ୍କା ଓ ପ୍ରଭାବର ଜୋରରେ ଦୁନିୟାର ସବୁଠାରୁ କଠିନ ମନାଯାଉଥିବା ଇମିଗ୍ରେସନ୍ ପ୍ରଣାଳୀକୁ ଖେଳନା କରିଦେଇଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/15/7a-2026-02-15-19-13-36.jpg)