କନକ ବ୍ୟୁରୋ: ୪ଦିନରେ ରୁଷ, ୟୁକ୍ରେନ ପରସ୍ପର ଉପରେ ୩ଥର ଆକ୍ରମଣ ଓ ପ୍ରତିଆକ୍ରମଣ ଏକଥା ସୂଚାଉଛି କି ଯୁଦ୍ଧ ରୋକିବାକୁ ଆମେରିକାର ପ୍ରୟାସରେ ହୁଏତ ବିଶେଷ ଫଳପ୍ରଦ ହୋଇପାରୁନି । ସାଉଦିଆରବରେ ଯୁଦ୍ଧ ବିରାମ ପାଇଁ ବୈଠକକୁ ୧୦ଦିନ ନୁପରୁଣ ୟୁକ୍ରେନ ଓ ରୁଷ ପରସ୍ପର ଉପରେ ଆକ୍ରମଣ ଓ ପାଲଟା ଆକ୍ରମଣ ଜାରି ରଖିଛନ୍ତି । ଯାହାକି ଆମେରିକା ପାଇଁ ଚିନ୍ତାର ବିଷୟ ପାଲଟିଛି । ରବିବାର ଆମେରିକା ଓ ୟୁକ୍ରେନ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନାର କିଛି ଘଣ୍ଟା ପରେ ୟୁକ୍ରେନ ଉପରେ ଶକ୍ତି ପ୍ରଦର୍ଶନ କରିଥିଲା ମସ୍କୋ । ୮ଟି ସ୍ଥାନରେ ଡ୍ରୋନ ଆକ୍ରମଣ କରି ୮ଜଣ ନିରୀହ ଲୋକଙ୍କୁ ମାରିଛି କ୍ରେମଲିନ । ଏହା ପରେ ସୋମବାର ରୁଷ ସହ ଆମେରିକା ବୈଠକ ବସିବ ନା ନାହିଁ ଏନେଇ କିଛି ଘଣ୍ଟା ଧରି ଦ୍ବନ୍ଦ ଦେଖାଯିବା ପରେ ଶେଷରେ ଆଲୋଚନା ହୋଇଛି କିନ୍ତୁ  ସାଉଦି ଆରବ ରାଜଧାନୀ ରିଆଦ ବୈଠକରୁ କୌଣସି ନିଷ୍କର୍ସ ବାହାରିପାରିନି ।
ଆମେରିକାର ମଧ୍ୟସ୍ଥତା ଉପରେ ପ୍ରଶ୍ନ
-କେମିତି ରୋକାଯିବ ଯୁଦ୍ଧ, ମଧ୍ୟସ୍ଥତା କରୁଛି ଆମେରିକା
-ସାଉଦି ଆରବରେ ମାର୍ଚ୍ଚ ୧୮ରେ ବସିଥିଲା ବୈଠକ
-ଯୁଦ୍ଧ ବିରାମ ଉପରେ ଆଲୋଚନା କରାଯାଇଥିଲା
-ରବିବାର ୟୁକ୍ରେନ୍‌ ସହ ଆମେରିକା ଆଲୋଚନା କରିଥିଲା
-ସୋମବାର ବୈଠକ ସ୍ଥଗିତ ରଖାଯିବାର କିଛି ଘଣ୍ଟା ପରେ ଆଲୋଚନା ହୋଇଛି 

Advertisment

ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଉଭୟ ରୁଷ ଓ ୟୁକ୍ରେନ ମଧ୍ୟରେ ବୁଝାମଣା କରିବାକୁ ଆଗେଇ ଆସିଛି । ଆଲୋଚନା ପରେ ଆଲୋଚନା ଚାଲିଛି, ଯୁଦ୍ଧକୁ କେମିତି ରୋକାଯିବ ମାରାଥନ ବୈଠକରେ ଗୁରୁତ୍ବପୂର୍ଣ୍ଣ କଥାବାର୍ତ୍ତା କରାଯାଉଛି । କିନ୍ତୁ ଆଲୋଚନା ଭିତରେ ରୁଷ-ୟୁକ୍ରେନ ପରସ୍ପରକୁ ନାଲି ଆଖି ଦେଖାଇବା ଯୁଦ୍ଧ ବନ୍ଦ ଓ ବିରାମ ଆଲୋଚନା ଉପରେ ବଡ ପ୍ରଭାବ ପକାଉଛି । ହୁଏତ ଆମେରିକାର ପ୍ରୟାସକୁ ପାଣିଚିଆ କରିପାରେ ପୁଟିନ ଓ ଜେଲେନସ୍କିଙ୍କ ପ୍ରତିଶୋଧ ପରାୟଣ ମନୋବୃତ୍ତି ।