Photograph: (kanaknews)
କନକବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚାଇ ଦେଇଛନ୍ତି, ୱାସିଂଟନର ଧ୍ୟାନ କେବଳ ଇରାନ ଯୁଦ୍ଧ ପର୍ଯ୍ୟନ୍ତ ସୀମିତ ନୁହେଁ, କିନ୍ତୁ ଏହାର ଭୂରାଜନୈତିକ ଉଦ୍ଦେଶ୍ୟ ଏଥିରୁ ବହୁତ ଆଗକୁ ବିସ୍ତାରିତ ହୋଇପାରେ। ଏକ ସାକ୍ଷାତକାରରେ, ଟ୍ରମ୍ପ କହିଛନ୍ତି, କ୍ୟୁବା ଖୁବ ଶୀଘ୍ର ପତନ ହେବାକୁ ଯାଉଛି ଏବଂ ସେ ତାଙ୍କର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କୁ ସେଠାକୁ ପଠାଇବାକୁ ଯୋଜନା କରୁଛନ୍ତି। ଆମ ପାଖରେ ଏବେ ସମୟ ଅଛି, କିନ୍ତୁ କ୍ୟୁବା ପାଇଁ ପ୍ରସ୍ତୁତି ଆରମ୍ଭ।
ଅଧିକ ପଢନ୍ତୁ ... ୧୨ ମାର୍ଚ୍ଚରେ ଶେଷ ହେବ ଇରାନ-ଇସ୍ରାଏଲ ଯୁଦ୍ଧ!:ଟ୍ରମ୍ପଙ୍କ ସୋସିଆଲ ମିଡିଆ ପୋଷ୍ଟ ନେଇ ଚର୍ଚ୍ଚା ଆରମ୍ଭ
କ୍ୟୁବାର ଏକ ପ୍ରବାସୀ ପରିବାରରୁ ଆସିଥିବା ରୁବିଓ ଦୀର୍ଘ ଦିନ ଧରି କ୍ୟୁବାର ରାଜଧାନୀ ହାଭାନାରେ ଶାସନ ପରିବର୍ତ୍ତନ ପାଇଁ ସମର୍ଥନ କରିଆସୁଛନ୍ତି। ଟ୍ରମ୍ପ ସ୍ପଷ୍ଟ କରିନାହାନ୍ତି, କ୍ୟୁବାର ପତନ କିପରି ହେବ। ଏହା ଏକ ରାଜନୈତିକ ସମାଧାନ, ଅର୍ଥନୈତିକ ପତନ, କିମ୍ବା ସିଧାସଳଖ ହସ୍ତକ୍ଷେପ ହେବ ତାହା ସେ ସ୍ପଷ୍ଯ କରି ନାହାନ୍ତି। କ୍ୟୁବା ଗତ ଛଅ ଦଶନ୍ଧି ଧରି ଆମେରିକାର ପ୍ରତିବନ୍ଧକରେ ରହିଛି ଏବଂ
୨୦୨୧ ମସିହାରେ ବିଶାଳ ପ୍ରତିବାଦ ପରେ ଦେଶରେ ଅସନ୍ତୋଷ ଜାରି ରହିଛି। ଯୁଦ୍ଧ ପରେ ଇରାନର ନେତୃତ୍ୱ କିଏ ନେବେ ବୋଲି ପଚରାଯିବାରୁ ଟ୍ରମ୍ପ କହିଛନ୍ତି ଯେ ଏହି ପ୍ରକ୍ରିୟା ଭେନେଜୁଏଲା ପରି ହେବ ଏବଂ ନୂତନ ନେତୃତ୍ୱ ଆମେରିକା ତଥା ଇସ୍ରାଏଲର ସ୍ୱାର୍ଥକୁ ଗୁରୁତ୍ବ ପ୍ରଦାନ କରିବେ। ଶକ୍ତି ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ ତୈଳ ମୂଲ୍ୟ ବୃଦ୍ଧି ସମ୍ପର୍କରେ ସେ ଚିନ୍ତାକୁ ହାଲୁକା ଭାବରେ ଗ୍ରହଣ କରି କହିଛନ୍ତି, ଏହି ବୃଦ୍ଧି ଅସ୍ଥାୟୀ। ପରିସ୍ଥିତି ଖୁବ୍ ଶୀଘ୍ର ସ୍ୱାଭାବିକ ହେବ।
Follow Us