କନକ ବ୍ୟୁରୋ: ଭାରତ-ଆମେରିକା ମଧ୍ୟରେ ନୂଆ ବାଣିଜ୍ୟ ଆଲୋଚନା କାଲିଠାରୁ ହେବାକୁ ଯାଉଛି । ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ନେଇ ଉଚ୍ଚସ୍ତରୀୟ ଆଲୋଚନା ହେବ । ଦକ୍ଷିଣ ଓ ମଧ୍ୟ ଏସିଆ ପାଇଁ ଆମେରିକାର ସହାୟକ ବାଣିଜ୍ୟ ପ୍ରତିନିଧି ବ୍ରେଣ୍ଡାନ ଲିଞ୍ଚ ଆଜି ଭାରତରେ ପହଞ୍ଚିବେ । ସେ ତାଙ୍କ ଭାରତୀୟ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବେ ।  ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଦୃଢ଼ କରିବା ସହ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଆଲୋଚନା ହେବ । ଏହି ବୈଠକ ଦୁଇ ଦେଶର ବାଣିଜ୍ୟ ନୀତି ଓ ଅର୍ଥନୈତିକ ସହଯୋଗ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି । କିଛି ମାସ ଧରି  ଭାରତ ଏବଂ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନା କରୁଛନ୍ତି । ଟ୍ରମ୍ପଙ୍କ ୫୦ ପ୍ରତିଶତ ଶୁଳ୍କ ଲାଗୁ ପରେ ଭାରତ ସହ ଆଲୋଚନାରେ ଟାରିଫ୍‌ କେତେ କମୁଛି, ତାହା ସମୟ କହିବ ।